ଓଡ଼ିଶା

ଲକ୍ଷ୍ମୀପୁରରେ ଗରିବ ହିତାଧିକାରୀଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଚାଉଳ !

କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗରିବ ହିତାଧିକାରିଙ୍କୁ ୨ ମାସର ଚାଉଳ ପ୍ରଦାନ କରାଯାଉଛି ।

ଏନେଇ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ ନାଳଚୁଆଁ ଗ୍ରାମର ରାସନ କାଡ୍ ଧାରୀ ମାନେ କିଛି ଦିନ ତଳେ ମୁଣ୍ଡ ପିଛା ୫କେଜି ଲେଖାଏଁ ଚାଉଳ ନେଇଥିଲେ । ସେଥିମଧ୍ୟରୁ କିଛି କାଡ୍ ଧାରୀଙ୍କ ଚାଉଳ ରୋଷେଇ କଲା ବେଳେ ଚାଉଳ ଉପରକୁ ଭାସିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।କିଛି ଚାଉଳକୁ ନିଆଁରେ ପକାଇବାରୁ ପ୍ଲାଷ୍ଟିକ ଭଳି ମୋଉଳି ଯିବା ଦେଖି ଏହା ପ୍ଲାଷ୍ଟିକ ଚାଉଳ ବୋଲି ଲୋକେ ଜାଣିବାକୁ ପାଇଥିଲେ ।

ପରେ ହାତରେ ଅଳ୍ପ ଚାଉଳ ଧରି ବୁର୍ଜା ଗ୍ରାମ ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ରକୁ ଦେଖାଇବା ପାଇଁ ଯିବା ସମୟରେ ଗଣମାଧ୍ୟମଙ୍କୁ ଜଣାଇଥିଲେ । ତେବେ ସେସବୁ ଚାଉଳ ଫେରାଇ ନୁଆ ଚାଉଳ କାଡ୍ ଧାରି ମାନେ ପାଇଲେକି ନାହିଁ ତାହା ଜଣାପଡିନି । ତଥାପି କେନ୍ଦ୍ର ଦେଉଥିବା ମାହାଳିଆ ଚାଉଳ ସତରେ କଣ ପ୍ଲାଷ୍ଟିକ ତିଆରି ନା ଆଉ କିଛି ତାହା ତଦନ୍ତ କରିବା ଅତ୍ୟନ୍ତ ଜରୁରୀ ।

Show More

Related Articles

Back to top button