Breaking PLUSଓଡ଼ିଶାମୁଖ୍ୟ ଖବର

କୋଣାର୍କରେ ଜାରି ହେଲା ୧୪୪ ଧାରା

ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା

ନୂଆବର୍ଷକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ପର୍ଯ୍ୟଟକମାନଙ୍କୁ ବିଶ୍ଵ ପ୍ରସିଦ୍ଧ କୋଣାର୍କ ଲାଗି କଟକଣା ଜାରି କରାଯାଇଛି । ଏହି ସମୟରେ ପର୍ଯ୍ୟଟକମାନଙ୍କ ଲାଗି ୧୪୪ଧାରା ଜାରି କରାଯାଇଛି। ବିଶେଷ କରି କୋଣାର୍କର ଚନ୍ଦ୍ରଭାଗା, ରାମଚଣ୍ଡୀ ମନ୍ଦିର ନିକଟ ଝାଉଁ ବଣରେ ଭୋଜି ଭାତ ସହ ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଝାଉଁ ବଣରେ ମଧ୍ୟ ଏହି ବଣ ଭୋଜିକୁ ବାରଣ କରାଯାଇଛି ।

ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ମଧ୍ୟ ପର୍ଯ୍ୟଟକ ଆସିବା ଲାଗି ବାରଣ କରାଯିବା ସହିତ କୋଣାର୍କରେ ନାଇଟ କର୍ଫ୍ୟୁ କରାଯିବ ବୋଲି ଗୋପ ତହସିଲଦାର ଏସକେ, ସାଗିର ସୂଚନା ଦେଇଛନ୍ତି । ଏହି ଭୋଜି ଭାତକୁ ଡିସେମ୍ବର ୩୧ ସହ ଜାନୁଆରୀ ୧, ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି । କାହିଁକି ନା କୋଭିଡ୍ କଟକଣାକୁ ନେଇ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଏପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜାନୁଆରୀ ୧,୨ ତାରିଖ ଦୁଇ ଦିନ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଦର୍ଶନକୁ ବାରଣ କରଯାଇଥିବା ବେଳେ ମା’ଙ୍କ ନୀତିକାନ୍ତି ପାଳିଆ ସେବାୟତ କୋଭିଡ୍ କଟକଣାରେ କରାଯିବ ବୋଲି କାକଟପୁର ତହସିଲଦାର ସୂଚନା ଦେଇଛନ୍ତି ।

Show More

Related Articles

Back to top button