
ଭୂକମ୍ପ ଝଟକାରେ ଥରିଲା ଜାମ୍ମୁ କାଶ୍ମୀର । ତେବେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ୪.୩ ରେକର୍ଡ କରାଯାଇଛି । ଶନିବାର ସକାଳ ୧୦ଟା ୧୪ ମିନିଟ୍ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ଏହାପୂର୍ବରୁ ଗତ ସୋମବାର ଜାମ୍ମୁ କାଶ୍ମୀରର ଲେହ ନିକଟରେ ଭୂକମ୍ପ ଝଟକା ଲାଗିଥିଲା । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ମାସ ଶେଷ ସପ୍ତାହରେ ଉଧମପୁର-କଟଡା ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୩.୬ ଥିଲା।