ଦେଶରେ ଖସୁଛି ପନିପରିବା ଦର
ଶସ୍ତା ହେଲାଣି ଲେମ୍ବୁ, ହେଲେ ବଜାରରେ ନାହାନ୍ତି ଗ୍ରାହକ, ଉତ୍ପାଦକ ନିରାଶ

ପନିପରିବା ବଜାରରେ ଏପ୍ରିଲ ମାସର ତାତି ଆଉ ନାହିଁ। ଯେଉଁ ଲେମ୍ବୁ ଦର ଏପ୍ରିଲରେ ଆକାଶ ଛୁଇଁଥିଲା ଏବେ ତାର କେଜି ପିଛା ପାଇକାରୀ ଦର ୧୦୦ରୁ ୧୨୦ ଟଙ୍କାକୁ ପହଞ୍ଚିସାରିଲାଣି। କେବଳ ଲେମ୍ବୁ ନୁହେଁ ଅନ୍ୟ ପନିପରିବା ଦର ବି ଏବେ ସ୍ୱଭାବିକ ହୋଇଯାଇଛି। କେତେକ ବଜାରରେ ଟମାଟୋ ଛାଡି ବାକି ପନିପରିବା ଦର ଏବେ ନରମ ପଡିଥିବା ବେଳେ ଗ୍ରାହକ ଖୋଜା ପଡିଛନ୍ତି। ଯଦିଓ ପରିବା ବଜାର ଏବେ ଶସ୍ତା ହେଲେ ଏପ୍ରିଲରେ ହୁରୁଡି ଯାଇଥିବା ଗ୍ରାହକ ଏପର୍ଯ୍ୟନ୍ତ ବଜାର ମୁହାଁ ହୋଇ ନାହାନ୍ତି। ଯାହା ଏବେ ଉଭୟ ଚାଷୀ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ପାଇକାରୀ ବଜାରରେ ଲାଉ, ହାଇବ୍ରିଡ କାକୁଡି,ଜହ୍ନି ଓ ଭେଣ୍ଡି ଆଦି ବେଶ୍ କମ୍ ମୂଲ୍ୟରେ ମିଳିଲାଣି। ଯାହାର ଖୁଚୁରା ବେପାରୀ ବେଶ ଲାଭ କମଉଛନ୍ତି। ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ଯୋଗୁ ବାଜରରେ ସବୁଜ ପନିପରିବାର ଅଭାବ ଥିବା ବେଳେ ଯାହା ବି ଆସୁଛି ସେଥିରେ ଗ୍ରାହକଙ୍କ ଅନାଗ୍ରହ ବଜାରକୁ ନିରାଶ କରୁଛି। ବ୍ୟବସାୟୀ ବିଜୟ କୁମାର ଓ ଭାରତ ଭୂଷଣଙ୍କ ଅନୁସାରେ ଏବେ ପନିପରିବା ଉତ୍ପାଦନ ତ ଢେର ହେଉଛି ହେଲେ ବଜାର ଦରକୁ ଡରି ଗ୍ରାହକ ନ ଆସିବା ଏବେ ପଶୁଙ୍କ ମୁହଁରେ ପରିବା ଫିଙ୍ଗି ଘରକୁ ଫେରିବାକୁ ପଡୁଥିବା କହିଛନ୍ତି। ବଜାରରେ ଗ୍ରାହକଙ୍କ ଅଭାବ ଯୋଗୁ ବ୍ୟବସାୟୀ ଦର କାଟି ବେପାର କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ସରକାର ପନିପରିବା ଉତ୍ପାଦକଙ୍କ ଲାଗି ଏପରି ନୀତି କରନ୍ତୁ ଯେପରି ସେମାନଙ୍କୁ କମ୍ ମୂଲ୍ୟରେ ବିକି ହତାସ ହେବାକୁ ନ ପଡେ ବୋଲି ଭାରତ ଭୂଷଣ କହିଛନ୍ତି। କଲରା, ବାଇଗଣ ଆଦି ଠିକ ମୂଲ୍ୟରେ କିଣାବିକା ହେଉଥିବା ବେଳେ ଭେଣ୍ଡି, ଜହ୍ନି ଦର କାଟି ବ୍ୟବସାୟୀ ବିକିଲେ ବି ଲୋକେ ନେଉ ନାହାନ୍ତି।
କିଛି ଦିନ ପୂର୍ବେ ଭେଣ୍ଡି ଓ ଜିହ୍ନି କେଜି ପିଛା ୨୫ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଥିଲା। ଏବେ ୧୦ ଟଙ୍କା ଦରକୁ ବି ବଜାରରେ ଗ୍ରାହକ ନଥିବା ବ୍ୟବସ୍ୟୟୀ କହିଛନ୍ତି। ବଜାରରେ ଗ୍ରାହକଙ୍କ ଅଭାବ ଯୋଗୁ ବ୍ୟବସାୟୀ ଦର କାଟି ବେପାର କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ସରକାର ପନିପରିବା ଉତ୍ପାଦକଙ୍କ ଲାଗି ଏପରି ନୀତି କରନ୍ତୁ ଯେପରି ସେମାନଙ୍କୁ କମ୍ ମୂଲ୍ୟରେ ବିକି ହତାସ ହେବାକୁ ନ ପଡେ ବୋଲି ଭାରତ ଭୂଷଣ କହିଛନ୍ତି। କଲରା, ବାଇଗଣ ଆଦି ଠିକ ମୂଲ୍ୟରେ କିଣାବିକା ହେଉଥିବା ବେଳେ ଭେଣ୍ଡି, ଜହ୍ନି ଦର କାଟି ବ୍ୟବସାୟୀ ବିକିଲେ ବି ଲୋକେ ନେଉ ନାହାନ୍ତି। କିଛି ଦିନ ପୂର୍ବେ ଭେଣ୍ଡି ଓ ଜିହ୍ନି କେଜି ପିଛା ୨୫ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଥିଲା। ଏବେ ୧୦ ଟଙ୍କା ଦରକୁ ବି ବଜାରରେ ଗ୍ରାହକ ନଥିବା ବ୍ୟବସ୍ୟୟୀ କହିଛନ୍ତି।