ଦେଶ ବିଦେଶ

ଦେଶର ସମସ୍ତ ମେଡିକାଲ କଲେଜର ସବୁ ବେଡ୍‌ରେ ରହିବ ଅକ୍ସିଜେନ୍ ବ୍ୟବସ୍ଥା

 ୬ମାସ ମଧ୍ୟରେ କାମ ଶେଷ ପାଇଁ ନିର୍ଦ୍ଦେଶ

କରୋନା ମହାମାରୀ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ସଙ୍କଟର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଦେଶର ସମସ୍ତ ମେଡିକାଲ କଲେଜକୁ ୬ମାସ ମଧ୍ୟରେ ଅକ୍ସିଜେନ୍ କାରଖାନା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । MBBS ପାଠ ପଢାଉଥିବା ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ଲାଣ୍ଟ ବସାଇବା ବାଧ୍ୟତାମୂଳକ କରାଯାଇଛି । ଭବିଷ୍ୟତରେ କଲେଜଗୁଡିକର ସଞ୍ଚାଳନ ଲାଗି ଅନୁମତି ଦେବା ପାଇଁ ଏହାକୁ ଏକ ଅତ୍ୟାବଶ୍ୟକ ଉତ୍ସ ବୋଲି ଧରାଯିବ ।NMC କହିଛି ଯେ, ମେଡିକାଲ କଲେଜ PSA ଅଥବା VSA ଅକ୍ସିଜେନ୍ ପ୍ଲାଣ୍ଟର ସ୍ଥାପନ କରନ୍ତୁ । ଏହା ଭିନ୍ନ ଭିନ୍ନ ଟେକ୍ନୋଲୋଜି ବିଶିଷ୍ଟ ପ୍ଲାଣ୍ଟ ଯାହା ଅକ୍ସିଜେନ୍ ଉତ୍ପାଦନ କରିଥାନ୍ତି । ମେଡିକାଲ କଲେଜ ଓ ହସ୍ପିଟାଲକୁ ତରଳ ଅକ୍ସିଜେନ୍ ଭଣ୍ଡାର ପାଇଁ ଏକ ଅକ୍ସିଜେନ୍ ଟ୍ୟାଙ୍କ ମଧ୍ୟ ସ୍ଥାପନ କରିବାକୁ ପଡିବ । ଯେଉଁ ହସ୍ପିଟାଲରେ ଏପର୍ଯ୍ୟନ୍ତ ଏହି ଟ୍ୟାଙ୍କ ନାହିଁ ସେମାନଙ୍କୁ ତୁରନ୍ତ ଏହା କରିବାକୁ ପଡିବ ।

NMC କହିଛି ଯେ, ଉପରୋକ୍ତ ପଦକ୍ଷେପ ବ୍ୟତୀତ ସମସ୍ତ ମେଡିକାଲ କଲେଜ ହସ୍ପିଟାଲକୁ ଏହା ମଧ୍ୟ ନିଶ୍ଚିତ କରିବାକୁ ପଡିବ ଯେ, ସେହି ସବୁ ବେଡ୍ ପର୍ଯ୍ୟନ୍ତ ଅକ୍ସିଜେନ୍ ଯୋଗାଣ କରାଯିବ ଯେଉଁଥିରେ ଗୁରୁତର କିମ୍ବା ଅକ୍ସିଜେନ୍ ଆବଶ୍ୟକତା ଥିବା ରୋଗୀଙ୍କୁ ଭର୍ତ୍ତି କରାଯାଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ନିର୍ଦ୍ଦେଶରେ NMC ସମସ୍ତ ମେଡିକାଲ କଲେଜରେ ୨୦୨୨ ପର୍ଯ୍ୟନ୍ତ ଜରୁରୀକାଳୀନ ଚିକିତ୍ସା ବିଭାଗ ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ।

Show More

Related Articles

Back to top button