ଭାରତରେ କରୋନାର BA.4 ଏବଂ BA.5 ଭାରିଆଣ୍ଟ ଚିହ୍ନଟ ନେଇ ସ୍ପଷ୍ଟ କଲା INSACOG
ଜାଣନ୍ତୁ କେତେ ବିପଦଜ୍ଜନକ

ଇଣ୍ଡିଆନ ସାର୍ସ କୋଭ-2 ଜିନୋମିକ୍ସ କନସୋର୍ଟିୟମ (INSACOG) ରବିବାର ଭାରତରେ କରୋନା ଭାଇରାସର BA.4 ଏବଂ BA.5 ଭାରିଆଣ୍ଟ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି । ଏହାର ପ୍ରଥମ ମାମଲା ତାମିଲନାଡୁରୁ ଏବଂ ଦ୍ୱିତୀୟ ମାମଲା ତେଲେଙ୍ଗାନାରୁ ଚିହ୍ନଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, BA.4 ଏବଂ BA.5 ଏହି ଦୁଇ ଓମିକ୍ରନର ଭାରିଆଣ୍ଟର ସବ ଭାରିଆଣ୍ଟ। ଚଳିତ ବର୍ଷ ଭାରତରେ କରୋନାର ଓମିକ୍ରମ ଭାରିଆଣ୍ଟ ଯୋଗୁଁ ଭୂତାଣୁର ପ୍ରକୋପ ଦେଖିବିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଓମିକ୍ରନ ଭାରିଆଣ୍ଟ BA.4ର ପ୍ରଥମ ମାମଲା ଚିହ୍ନଟ ହେବା ପରେ କରୋନା ଉପରେ ରୋକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ ଓମିକ୍ରନର BA.4 ପ୍ରତାଜିର ଲକ୍ଷଣ ଏବଂ ପ୍ରକୃତି BA.2 ଭାରିଆଣ୍ଟ ସହ ସମାନ। ଜିନୋମ ସିକ୍ୱେନ୍ସିଂ ଜରିଆରେ କରୋନାର ପ୍ରକୃତି ଯାଞ୍ଚ କରୁଥିବା ସଂସ୍ଥା INSACOG ଅନୁସାରେ ଭାରତରେ ଓମିକ୍ରନର ଭାରିଆଣ୍ଟ BA.4 ଚିହ୍ନଟ ହେବା ଆଶ୍ଚର୍ଯ୍ୟକର।
ଯଦିଓ ଭାଇରସର ଏହି ପ୍ରଜାତି BA.2 ସହ ସମାନତା ରହିଛି। ଏହାର ଲକ୍ଷଣ ଏବଂ ସଂକ୍ରମିତ ରୋଗୀଙ୍କ ଇମ୍ୟୁନିଟିକୁ କ୍ଷତି ପହଞ୍ଚାଇବାରେ ଦୁହିଁଙ୍କ ପ୍ରକ୍ରିୟା ସମାନ। ତେବେ ଏହା ଓମିକ୍ରନର XE ଭାରିଆଣ୍ଟ ଠାରୁ ଭିନ୍ନ। NSACOGର ରିସର୍ଚ୍ଚ ଅନୁସାରେ ଓମିକ୍ରନ BA.4 ଭାରିଆଣ୍ଟରୁ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଜରୁରୀ। ବୁଷ୍ଟର ଡୋଜ ଓମିକ୍ରନ ଭାରିଆଣ୍ଟ ବିରୁଦ୍ଧରେ ଶକ୍ତ ଆଣ୍ଟିବଡି ସୃଷ୍ଟି କରି ଶରୀରକୁ ଅଧିକ ସୁରକ୍ଷା ପ୍ରଦାନ କରିଥିଲା।