Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପିଲାଙ୍କ ଟିକାକରଣକୁ ମିଳିଲା ମଞ୍ଜୁରୀ

ଜରୁରି ପରିସ୍ଥିତିରେ ୧୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଇପାରେ ଟିକା

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଶନିବାର ପିଲାଙ୍କ କୋଭାକ୍ସିନ ଟିକାକରଣକୁ ମଞ୍ଜୁର କରିଛନ୍ତି। ତେବେ ଏହି ଟିକା କେବଳ ଅତ୍ୟନ୍ତ ଜରୁରି ପରିସ୍ଥିତିରେ ଓ ୧୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଇପାରେ ବୋଲି କହିଛନ୍ତି। ଦେଶରେ କରୋନାର ଓମିକ୍ରନ ଭାରିଏଣ୍ଟର ପ୍ରସାରକୁ ଦେଖି ଡିସିଜିଆଇ ଏପରି ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଦେଶରେ ପିଲାଙ୍କ ଟିକାକରଣ କେବେ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ତେବେ ବିଶ୍ୱର ବିଭିନ୍ନ ଦେଶରେ ଏବେ ପିଲାଙ୍କ ଟିକାରଣ ହେଉଛି। ଆମେରିକା ଓ ବ୍ରିଟେନ ସମେତ କେତେକ ଦେଶ ସମୟ ପୂର୍ବରୁ ପିଲାଙ୍କ ଟିକାକରଣ କରିଦେଇଥିଲେ। ତେବେ ଭାରତରେ ଏପର୍ଯ୍ୟନ୍ତ ବୟସ୍କଙ୍କ ୨ ଡୋଜ ଟିକା ଉପରେ ଏପର୍ଯ୍ୟନ୍ତ ପ୍ରାଥମିକତା ଦିଆଯାଉଛି।

ତେବେ ଡିସିଜିଆଇ ଏବେ ପିଲାଙ୍କ ଟିକାକରଣକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଟିକାକରଣ କାଳରେ କେବଳ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଏହି ଟିକା ଦିଆଯାଇପାରେ ବୋଲି କଡ଼ାକଡ଼ି କହିଛନ୍ତି। ଏବେ ୧୨ ବର୍ଷରୁ କମ ବୟସ୍କଙ୍କ ଟିକାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ଅତ୍ୟନ୍ତ ଜରୁରି କାଳୀନ ପରିସ୍ଥିତି ନଥିଲେ ଟିକାକରଣ ଲାଗି ଅନୁମତି ଦିଆଯାଇନି। ତେବେ ଦେଶରେ ବୟସ୍କଙ୍କ ୨ ଡୋଜ ଟିକା ଲକ୍ଷ୍ୟ ପୂରଣ ଦିଗରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Show More

Related Articles

Back to top button