Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

ଦେଶର ୯ରାଜ୍ୟରେ ଏବେବି ଛୁଇଁନି ମୌସୁମୀ

ବିଶେଷଜ୍ଞଙ୍କ କହିବାନୁସାରେ ଏ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୌସୁମୀ ପହଞ୍ଚିଯିବା କଥା ।

ଭାରତର ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏ ପର୍ଯ୍ୟନ୍ତ ପ୍ରବେଶ କରିନାହିଁ । ଏଗୁଡ଼ିକ ମଧ୍ୟରେ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଲଦାଖ, ପଞ୍ଜାବ, ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଅନ୍ତର୍ଭୁକ୍ତ । ବିଶେଷଜ୍ଞଙ୍କ କହିବାନୁସାରେ ଏ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୌସୁମୀ ପହଞ୍ଚିଯିବା କଥା । ତେବେ ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଖୁବଶୀଘ୍ର ଏହା ପହଞ୍ଚିଯିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ କିଛି ରାଜ୍ୟରେ ମୌସୁମୀ ପ୍ରବେଶ କରିସାରିଥିଲେ ହେଁ ବର୍ଷା ପରିମାଣ ଅତ୍ୟନ୍ତ କମ୍‌ ରହିଛି । କେରଳରେ ସମୟ ପୂର୍ବରୁ ଏହା ପହଞ୍ଚିଥିଲା । କିନ୍ତୁ ଏଠାରେ ଏ ପର୍ଯ୍ୟନ୍ତ ୬୦% କମ୍‌ ବର୍ଷା ହୋଇଛି । ଜମ୍ମୁ-କାଶ୍ମୀର ମୌସୁମୀକୁ ଅପେକ୍ଷା କରିଥିଲେ ହେଁ ଏଠାରେ ୧୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେଲଙ୍ଗାନା ଓ ତାମିଲନାଡୁରେ ସାମାନ୍ୟରୁ ଅଧିକ ବର୍ଷା ହୋଇଛି ।

Show More

Related Articles

Back to top button