ଦେଶ ବିଦେଶବାଣିଜ୍ୟ

ଜିଏସଟି ପରିସରକୁ ଆସିବ କ୍ରିପ୍ଟୋ !

ଲାଗିପାରେ ୨୮% ଟ୍ୟାକ୍ସ !

ସରକାର ଏବେ କ୍ରିପ୍ଟୋକରେନ୍ସିକୁ ବି ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆଣିବା ପାଇଁ ବିଚାର କରୁଛନ୍ତି। ସାମଗ୍ରୀ ଏବଂ ସେବା କର ଆଇନ ଅଧୀନରେ କ୍ରିପ୍ଟୋକରେନ୍ସିକୁ ଜିଏସ୍‌ଟି ଅଧୀନରେ ବର୍ଗୀକରଣ କରିବା ନେଇ କାର୍ଯ୍ୟ ଚାଲିଛି, ଯାହାଦ୍ୱାରା କ୍ରିପ୍ଟୋ କାରବାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଲଗାଯାଇପାରିବ । ସମ୍ପ୍ରତିି କେବଳ କ୍ରିପ୍ଟୋ ଏକ୍ସଚେଞ୍ଜ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଉପରେ ୧୮% ଜିଏସ୍‌ଟି ଲଗାଯାଉଛି ଏବଂ ଏହାକୁ ବିତ୍ତୀୟ ସେବା ଆକାରରେ ବର୍ଗୀକରଣ କରାଯାଇଥାଏ । ଜିଏସ୍‌ଟି ଅଧିକାରୀମାନେ ବିଚାର କରୁଛନ୍ତି ଯେ, କ୍ରିପ୍ଟୋ କୌଣସି ଲଟେରୀ, କାସିନୋ, ଜୁଆ ଭଳି ସାମଗ୍ରୀ, ଯେଉଁଗୁଡ଼ିକର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮% ଜିଏସ୍‌ଟି ଲାଗୁ ହୋଇଥାଏ ।

ଜଣେ ଅଧିକାରୀଙ୍କ କହିବାନୁସାରେ, କ୍ରିପ୍ଟୋକରେନ୍ସି ଉପରେ ଜିଏସ୍‌ଟି ଲଗାଇବା ଉପରେ ସ୍ପଷ୍ଟତା ରହିବା ଜରୁରୀ । ଏହା ଉପରେ ବିଚାର କରାଯାଉଛି । ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଜିଏସ୍‌ଟି ଲଗାଯିବା ଉଚିତ ନା ନାହିଁ ତାହା ଉପରେ କଥାବାର୍ତ୍ତା ଚାଲିଛି ।

Show More

Related Articles

Back to top button