ଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀରେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା

ପାଗରେ ଆସିବ ପରିବର୍ତ୍ତନ

ଚଳିତବର୍ଷ ଦେଶକୁ ମୌସୁମୀ ଆଗମନ ପରଠାରୁ ରାଜଧାନୀ ଦିଲ୍ଲୀରେ ଲୁଚକାଳି ଖେଳୁଛି। ଏଣୁ ଅନିୟମିତ ବର୍ଷା ରାଜଧାନୀରେ ଏବେ ଉତ୍ତାପ ବୃଦ୍ଧିର କାରଣ ପାଲଟିଛି। ଯାହା ଅଗଷ୍ଟ ୧୮ ପର୍ଯ୍ୟନ୍ତ ବଢିବଢି ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛନ୍ତି। ଦିଲ୍ଲୀରେ ଅଗଷ୍ଟ ୧୮ ତାରିଖ ବେଳକୁ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରି ସେଲସିୟସକୁ ପହଞ୍ଚିପାରେ ବୋଲି ଆଇଏମଡି ଆକଳନ କରିଛନ୍ତି।ତେବେ ଅଗଷ୍ଟ ୧୯ ତାରିଖରେ ଘଡ଼ଘଡ଼ି ସହ ବର୍ଷା ଜାତୀୟ ରାଜଧାନୀର ବଢି ଚାଲିଥିବା ତାପମାତ୍ରାକୁ ନିୟନ୍ତ୍ରିତ କରିବ ବୋଲି ପାଣିପାଗ ବିଭାଗ କହିଛନ୍ତି। ବର୍ଷାପରେ ଦିଲ୍ଲୀର ଅଧିକାଂଶ ସ୍ଥାନର ତାପତମାତ୍ରା ୨୬ ଡିଗ୍ରି ସେଲସିୟସ୍‌ କୁ ହ୍ରାସ ପାଇବ ବୋଲି ଆଇଏମଡି କହିଥିବା ବେଳେ ଏହା ୨୮ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଲାମ ପ୍ରୟୋଗଶାଳା ପୂର୍ବାନୁମାନ କରିଛନ୍ତି।

ରାଜଧାନୀ ଦିଲ୍ଲୀରେ ଶନିବାର ସକାଳ ସାଢେ ୮ଟା ବେଳେ ହାରାହାରି ଆର୍ଦ୍ଦତା ୬୫ ପ୍ରତିଶତ ରକେର୍ଡ କରାଯାଇଛି। ଆଇଏମଡିଙ୍କ ଅନୁସାରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ହାରାହାରି ବର୍ଷା କମ୍‌ ରହିଛି। ତେବେ ଏପର୍ଯ୍ୟନ୍ତ ହୋଇଥିବା ବର୍ଷା ପ୍ରାୟତଃ ମୌସୁମୀ ଯୋଗୁ ହୋଇଥିବା ଆଇଏମଡି କହିଛନ୍ତି। ଅଗଷ୍ଟ ମାସରେ ଦିଲ୍ଲୀରେ ହାରାହାରି ବର୍ଷା ପରିମାଣ ୨୪୭ ମିଲିମିଟର ହୋଇପାରେ ବୋଲି ଆକଳନ କରାଯାଉଛି।

Show More

Related Articles

Back to top button