ଆଇନ କାନୁନଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦିଲ୍ଲୀରେ ବାଧ୍ୟତା ମୂଳକ ହେଲା ରିୟରସିଟ୍ ବେଲ୍ଟ ବ୍ୟବହାର ,ନିୟମ ଉଲ୍ଲଂଘନ କଲେ ଜରିମନା

ଦିଲ୍ଲୀ ଟ୍ରାଫିକ ପୋଲିସ ସଡ଼କ ସୁରକ୍ଷା ପ୍ରୟାସକୁ ଦ୍ରୁତ କରିବା ସହ ଅଭିଯାନ ଆରମ୍ଭ କରିଛି । ଏଥିରେ କାର ପଛସିଟ୍‌ରେ ବସିଲେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ ରଖାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମନା ହୋଇପାରେ।

ବିଶେଷ ଅଭିଯାନର ପ୍ରଥମ ଦିନ ଦିଲ୍ଲୀର କନ୍ନଟ ପ୍ଲେସ୍ ନିକଟସ୍ଥ ବାରାଖମ୍ବା ରୋଡରେ ଚେକିଙ୍ଗ କରାଯାଇଥିଲା। ମୋଟର ବାହାନ ଅଧିନିୟମ ଧାରା ୧୯୪-ବିରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିବା ଯାଞ୍ଚରେ ମୋଟ ୧୭ଟି ଚାଲାଣ କଟିଥିବା ବେଳେ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମନା କରାଯାଇଥିଲା । ଏନେଇ ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Show More

Related Articles

Back to top button