Breaking PLUSଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ହଜାର ପାର୍‌

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଠାରେ ସଂକ୍ରମଣ ହାର ବଢ଼ି ୬.୪୨ ପ୍ରତିଶତରେ ପହଞ୍ଚିଛି।

ଏହା ମଧ୍ୟରେ ସେଠାରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଦିଲ୍ଲୀରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ୪ହଜାର ୧୬୮ରେ ପହଞ୍ଚିଛି । ସୋମବାର ପଞ୍ଜୀକୃତ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ଫେବୃଆରୀ ୧୨ ପରେ ସବୁଠାରୁ ଅଧିକ ରହିଛି। ଫେବୃଆରୀ ୧୨ରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ହଜାର ୪ହଜାର ୩୩୧ ଥିଲା। ସେହିପରି ଦିଲ୍ଲୀରେ ଏବେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁସାରେ ଦିଲ୍ଲୀରେ ସଂକ୍ରମଣ ହାର ବଢ଼ି ୬ ପ୍ରତିଶତ ଅତିକ୍ରମ କରିଛି। ଦିଲ୍ଲୀରେ ଏବେ କରୋନା ମାମଲା ଲଗାତାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୫ ହଜାର ୭୪୨ ଜଣ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି ଓ ୮୧୭ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

କରୋନା ମାମଲା ବଢ଼ୁଥିବାବେଳେ ଆସ୍ୱସ୍ତିକର କଥାହେଉଛି ଯେ ଏବେ ସୁଦ୍ଧା ପରିସଂଖ୍ୟାନ ଅନୁସାରେ ଡାକ୍ତରଖାନାରେ ଅଳ୍ପ ସଂଖ୍ୟକ ରୋଗୀ ଭର୍ତ୍ତି ହେଉଛନ୍ତି । ଏହି ସଂଖ୍ୟା ପୁରା ଚିକତ୍ସାଧୀନ ରୋଗୀଙ୍କର ତିନି ପ୍ରତିଶତରୁ ମଧ୍ୟ କମ୍‌ ଅଟେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେଯେ କରୋନା ସଂକ୍ରମଣ ବଢ଼ୁଥିବା ସମୟରେ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେବାର ହାର ବହୁତ କମ ରହିଛି। ରବିବାର ଦିଲ୍ଲୀରେ ୧୦୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Show More

Related Articles

Back to top button