ଦେଶ ବିଦେଶ

ଦିଲ୍ଲୀରେ ୧୦ ପ୍ରତିଶତ ଟପିଲା ସଂକ୍ରମଣ ହାର

ଗତ ୨୪ଘଣ୍ଟାରେ ୬ ଜଣଙ୍କ ମୃତ୍ୟୁ

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ସେଠାରେ ସଂକ୍ରମଣ ହାର ୧୦ ପ୍ରତିଶତରେ ପହଞ୍ଚିବା ସହିତ ମୋଟ୍‌ ସକ୍ରିୟ ମାମଲା ୫ ହଜାର ଟପିଛି। ଏହା ସହିତ ସେଠାରେ କଣ୍ଟେଣ୍ଟମେଣ୍ଟ ଜୋନ୍‌ ସଂଖ୍ୟା ୨୬୫ରେ ପହଞ୍ଚିଛି। ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ଗତ ୨୪ ଘଣ୍ଟାରେ ୧ହଜାର ୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୬ ଜଣ ଲୋକ କୋଭିଡରେ ମୃତ୍ୟୁବରଣ କରିଛନ୍ତି। ଏହା ସହିତ ସକ୍ରିୟ ମାମଲା ହାର ବଢ଼ି ୧୦.୦୯ ପ୍ରତିଶତରେ ପହଞ୍ଚିଛି।

ସେହିପରି ଦିଲ୍ଲୀରେ ଆଜି ୧,୨୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜଧାନୀରେ ଏବେ ସକ୍ରିୟ କରୋନା ମାମଲା ବଢ଼ି ୫ହଜାର ୩୭୫ରେ ପହଞ୍ଚିଛି। ଦିଲ୍ଲୀରେ ଏବେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯ଲକ୍ଷ, ୨୩ହଜାର, ୧୪୯ ରହିଛି। ସେହିପରି ଏବେ ସୁଦ୍ଧା ମୋଟ୍ ୧୮ଲକ୍ଷ ୯୧ହଜାର ୫୩୬ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହା ସହିତ ଏବେ ସୁଦ୍ଧା ଦିଲ୍ଲୀରେ କରୋନା କାରଣରୁ ୨୬ହଜାର ୨୩୮ଜଣ ରୋଗୀ ପ୍ରାଣ ହରାଇଛନ୍ତି। ରବିବାର ଦିଲ୍ଲୀରେ ମୋଟ୍‌ ୧୦,୫୦୬ ଟି କରୋନା ପରୀକ୍ଷା କରାଯାଇଛି। ଏଥିରେ ୯ହଜାର ୧୭୬ଟି ଆର୍‌ଟିପିସିଆର ପରୀକ୍ଷା ହୋଇଥିବା ବେଳେ ୧ହଜାର ୩୩୦ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିଲା। ଦିଲ୍ଲୀରେ ଏବେ ସୁଦ୍ଧା ୩୮ଲକ୍ଷ ୮୮୭ ହଜାର ୧୪ଟି କରୋନା ପରୀକ୍ଷା କରାଯାଇଛି ଓ ପ୍ରତି ୧୦ ଲକ୍ଷ ଲୋକଙ୍କ ଭିତରେ ୨୦ ଲକ୍ଷ ୪୬ହଜାର ୬୮୪ଟି ପରୀକ୍ଷା କରାଯାଇଛି।

Show More

Related Articles

Back to top button