ଦେଶ ବିଦେଶବାଣିଜ୍ୟ

ଡିସେମ୍ବରରେ ପିଇଗଲେ ୫୦ ହଜାର ଲିଟର ମଦ

ଏହି ସହରର ଲୋକମାନେ ପସନ୍ଦ ୧୦ଟି ହ୍ୱିସ୍କି ବ୍ରାଣ୍ଡ

ମହାମାରୀ କରୋନା ସମୟରେ ଅନେକ ହୋଟେଲ୍‌ ରେଷ୍ଟୁରାଣ୍ଟ ବନ୍ଦ ରହିଥିଲା । ଯେତେବେଳେ ସାମନ୍ୟ ସଂକ୍ରମଣ ହ୍ରାସ ହୋଇଥିଲା ସେତେବେଳେ ଧିରେ ଧିରେ ସବୁ କିଛି ଖୋଲିଥିଲା । ସେହି ସମୟରେ ଦେଶର ୪.୫ କୋଟିରୁ ଅଧିକ ଲୋକ ନିଜ ପସନ୍ଦର ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ। ସେଥିମଧ୍ୟରୁ ୩୨ ପ୍ରତିଶତ ଦିଲ୍ଲୀର ହୋଇଥିବାବେଳେ ୧୮ ପ୍ରତିଶତ ବେଙ୍ଗାଲୁରୁର । ଦିଲ୍ଲୀବାସୀଙ୍କ ପାଇଁ କନଣ୍ଟ ପ୍ଲେସ୍ ସବୁଠାରୁ ପ୍ରିୟ ସ୍ଥାନ ରହିଛି । ଯେଉଁମାନେ ସେଠାରେ ଖୁବ୍‌ ଖାଇବାକୁ ଭଲ ପାଆନ୍ତି। ଏହା ବ୍ୟତୀତ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଖାଦ୍ୟ ମଧ୍ୟରେ ବଟର ଚିକେନ୍, ଡାଲ୍ ମାଖାନି ଏବଂ ନାନ୍ ରହିଛି । ୩୮ ପ୍ରତିଶତ ଭାରତୀୟ ଏହାକୁ ପସନ୍ଦ କରୁଥିବାବେଳେ ୧୮ ପ୍ରତିଶତ ଲୋକ ଚାଇନିଜ୍ ଏବଂ ୧୬ ପ୍ରତିଶତ ଲୋକ କଣ୍ଟିନେଣ୍ଟାଲ୍‌ ତଥା ବିନା ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଏହି ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ଅଧିକରୁ ଅଧିକ ଲୋକମାନେ ପ୍ରଥମେ ବାହାରେ ଖାଇବାକୁ ପସନ୍ଦ କରୁଥିବାବେଳେ ବାଙ୍ଗାଲୋରର ଲୋକମାନେ ଅତ୍ୟଧିକ ମଦ୍ୟପାନ କରିଥିଲେ। ସେଠାରେ କେବଳ ଡିସେମ୍ବରରେ, ୫୦ ହଜାର ଲିଟର ମଦ ପିଇଥିଲେ । ତେବେ ଯଦି ଆମେ ଟପ୍ -୧୦ ବ୍ରାଣ୍ଡର ମଦ ବିଷୟରେ କହିବା, ତେବେ ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ଦୁନିଆରେ ୧୦ଟି ସର୍ବାଧିକ ବିକ୍ରି ହେଉଥିବା ହ୍ବିସ୍କିର ବ୍ରାଣ୍ଡ ରହିଛି । ସେଥିମଧ୍ୟରୁ ୭ଟି ବ୍ରାଣ୍ଡ ଭାରତୀୟ ରହିଛି । କେବଳ ଏତିକି ନୁହେଁ, ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ସବୁଠାରୁ ଅଧିକ ବିକ୍ରି ହେଉଥିବା ହ୍ବିସ୍କି ମଧ୍ୟ ତିଆରି ହୋଇଥାଏ । ସବୁଠାରୁ ଅଧିକ ହ୍ବିସ୍କି ଭାରତରେ ବ୍ୟବହାର ହେଉଛି । ଭାରତ ପରେ ଆମେରିକା, ଫ୍ରାନ୍ସ, ଜାପାନ ଏବଂ ବ୍ରିଟେନର ନମ୍ବର ଆସିଛି । ଏକ ନମ୍ବରରେ ଥିବା ବ୍ରାଣ୍ଡର ନାମ ହେଉଛି ମ୍ୟାକଡୋୱେଲସ୍‌ ।

ମ୍ୟାକଡୋୱେଲ ହେଉଛି ବିଶ୍ୱର ସର୍ବବୃହତ ବିକ୍ରି ହେଉଥିବା ହ୍ବିସ୍କି । ଏହା ଭାରତୀୟ ବ୍ରାଣ୍ଡ ଅଟେ । ଏହାକୁ ୟୁନାଇଟେଡ୍ ବ୍ରେବରରିଜ୍ ଦ୍ୱାରା ପ୍ରସ୍ତୁତ ହୁଏ। ଏହାର ବାର୍ଷିକ ହିସାବରେ ବିକ୍ରି ହେଉଛି ୨୭.୬୩ କୋଟି ଲିଟର । ଦ୍ବିତୀୟ ସ୍ଥାନରେ ରହିଛି ଅଫିସରସ୍‌ ଚଏସ୍‌ । ଏହା ମଧ୍ୟ ଏକ ଭାରତୀୟ ବ୍ରାଣ୍ଡ । ଏହା ଏଲାଇଡ୍ ବ୍ଲେଡର୍ସ ଏବଂ ଡିଷ୍ଟିଲରିଜ୍ ଦ୍ୱାରା ପ୍ରସ୍ତୁତ କରାଯାଏ। ଏହାର ବାର୍ଷିକ ହିସାବରେ ବିକ୍ରି ହୋଇଥାଏ ୨୭.୫୪ କୋଟି ଲିଟର । ତୃତୀୟ ନମ୍ବରରେ ଇମ୍ପିରିଆଲ୍ ବ୍ଲୁ ରହିଛି । ଏହାକୁ ପର୍ନୋଡ୍ ରିକାର୍ଡ ବନାଇଥାଏ । ଏହାର ବାର୍ଷିକ ହିସାବରେ ବିକ୍ରି ହୋଇଥାଏ ୨୩.୯୭ କୋଟି ଲିଟର। ଚତୁର୍ଥ ସ୍ଥାନରେ ରୟାଲ୍ ଷ୍ଟଗ୍ ରହିଛି । ଏହାର ବାର୍ଷିକରେ ବିକ୍ରି ହୁଏ ୧୯.୮୦ କୋଟି ଲିଟର । ପଞ୍ଚମ ସ୍ଥାନରେ ସ୍କଟଲ୍ୟାଣ୍ଡ କମ୍ପାନୀ ଡିଆଜିଓର ଜନି ୱାକର୍ ଅଟେ । ଏହାର ବାର୍ଷିକ ହିସାବରେ ବିକ୍ରି ହେଉଛି ୧୬.୫୬ କୋଟି ଲିଟର। ଆମେରିକାର ଜ୍ୟାକ୍ ଡାନିଏଲସ୍‌ ଷଷ୍ଠ ସ୍ଥାନରେ ରହିଛି। ସାତ ନମ୍ବରରେ ଭାରତୀୟ କମ୍ପାନୀ ଜନ୍ ଡିଷ୍ଟିଲରୀଜ ରହିଛି । ଅଷ୍ଟମ ସ୍ଥାନରେ ଆମେରିକାର କମ୍ପାନୀ ବିମ୍ ସନଟୋରିର ଜିମ୍ ବିମ୍ ରହିଛି ଏବଂ ନବମ ସ୍ଥାନରେ ୟୁନାଇଟେଡ୍ ସ୍ପିରିଟ୍ସର ହେବର୍ଡସ୍ ଫାଇନ୍ ଓ ଦଶମ ସ୍ଥାନରେ ରହିଛି ଏଇଟ୍‌ ପିଏମ।

Show More

Related Articles

Back to top button