Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ମାସ୍କ ବାଧ୍ୟତାମୂଳକ କଲା ସିଏମ୍‌ସି

କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସହରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।

ସିଏମ୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ, ସପିଙ୍ଗ୍‌ ମଲ୍‌ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଏହା ଉପରେ ଦୋକାନ ଏବଂ ମଲ୍ ମାଲିକ ନଜର ରଖିବେ । ଏଥିସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସରକାରୀ ଏବଂ ବେସରକାରୀ ଅଫିସ ବା ସଂସ୍ଥାରେ କୋଭିଡ ନିୟମ କଡାକଡି ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ନିୟମ ଉଲ୍ଲଂଘନ କଲେ ସିଏମ୍‌ସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି ।

Show More

Related Articles

Back to top button