ଦେଶ ବିଦେଶବାଣିଜ୍ୟ

ଲୋକଙ୍କ ପାଖରେ ଆଦୃତ ହେଉଛି ଏଲ୍‌ଜି ଉତ୍ପାଦ

ମିଳିଲା ସବୁଠାରୁ ଭରଷା ଯୋଗ୍ୟ ବ୍ରାଣ୍ଡ ୨୦୨୨ ଆୱାର୍ଡ

ପୁଣିଥରେ ଲୋକଙ୍କ ଦ୍ୱାରା ଭାରତର ଏକ ବଡ଼ ବ୍ରାଣ୍ଡ ଭାବେ ଆଦୃତ ହୋଇଛି ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ । ବ୍ୟବହାରକାରୀ ଏଲ୍‌ଜି ଉତ୍ପାଦର ପ୍ରଦର୍ଶନ, ନୂଆ ଡିଜାଇନ୍‌ ଏବଂ ଷ୍ଟାଇଲ୍‌କୁ ଅଧିକ ପସନ୍ଦ କରିଛନ୍ତି । କମ୍ପାନୀ ଏହାର ଉତ୍ପାଦରେ ବ୍ୟବହାରକାରୀଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଉନଥିବା କୌଶଳର ପ୍ରୟୋଗ କରିଛି । ଏଲ୍‌ଜିର ଫ୍ରିଜ୍‌ ଏବଂ ୱାଶିଂ ମେସିନ୍‌ ସବୁଠାରୁ ଭରଷା ଯୋଗ୍ୟ ବ୍ରାଣ୍ଡ ଭାବେ ଟିଆର୍‌ଏ (Trust Research Advisory ) ଦ୍ୱାରା ପୁରସ୍କୃତ ହୋଇଛି । ବହୁ ବର୍ଷ ଧରି ଫ୍ରିଜ୍‌ ଏବଂ ୱାଶିଂ ମେସିନ୍‌ କ୍ୟାଟେଗୋରୀରେ ଏହା ଲୋକଙ୍କ ନିକଟରେ ଅଗ୍ରଣୀ ହୋଇ ରହିଛି । ଏହି ଦୁଇ ପ୍ରଡକ୍ଟ ସହିତ ଏୟାର୍‌ କଣ୍ଡିସନର୍‌ ଏବଂ ମାଇକ୍ରୋ ଓଭେନ୍‌କୁ ମଧ୍ୟ ଲୋକଙ୍କ ଭରଷା ଯୋଗ୍ୟ କରାଇପାରିଛି । ଟିଆର୍‌ଏ ଏନେଇ ଏକ ସର୍ଭେ କରିଥିଲା । ଯେଉଁଥିରେ ୧୬୧୦ ଜଣ ଲୋକ ସେମାନଙ୍କର ମତାମତ ଦେଇଥିଲେ । ଏହାକୁ ବିଚାରକୁ ନେଇ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ ୨୦୨୨ ଆୱାର୍ଡରେ ଏଲ୍‌ଜିକୁ ସମ୍ମାନିତ କରାଯାଇଛି ।

ଏଲ୍‌ଜି ଫ୍ରିଜ୍‌, ଏଲ୍‌ଜି ଏୟାର କଣ୍ଡିସନର୍‌, ଏଲ୍‌ଜି ୱାଶିଂ ମେସିନ୍‌ ଏବଂ ଏଲ୍‌ଜି ମାଇକ୍ରୋ ଓଭେନ୍‌ ଏହି ଆୱାର୍ଡ ଜିତିଛନ୍ତି । ଏହି ସର୍ଭେ ଭାରତର ୧୬ ସହରରେ ହୋଇଥିଲା । ଦେଶରେ ୮ ହଜାର ୟୁନିକ୍‌ ବ୍ରାଣ୍ଡ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧ହଜାର ଟପ୍‌ ବ୍ରାଣ୍ଡକୁ ବିଚାରକୁ ନିଆଯାଇଥିଲା । ଏନେଇ ଟିଆର୍‌ଏ ଏହାର ରିପୋର୍ଟରେ ପ୍ରକାଶ କରିଛି । ଟିଆର୍‌ଏ ହେଉଛି ଏକ ତଥ୍ୟ ଅନୁଶୀଳନକାରୀ କମ୍ପାନୀ । ଯାହାକି ମାର୍କେଟ୍‌ରୁ ତଥ୍ୟ ସଂଗ୍ରହ କରି ଏହାକୁ ସରଳୀକରଣ କରିବା ସହିତ ଏହା ଉପରେ ଅନୁସନ୍ଧାନ କରି ଏକ ବ୍ରାଣ୍ଡର ଭାଲ୍ୟୁକୁ ନିରୁପଣ କରିଥାଏ । ଏହା ବ୍ୟବହାରକାରୀଙ୍କୁ ଉକ୍ତ ବ୍ରାଣ୍ଡର ଭରଷା ଯୋଗ୍ୟତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ୧୨ ବର୍ଷ ଧରି ବ୍ରାଣ୍ଡ ରିପୋର୍ଟ ପ୍ରକାଶ କରୁଛି । ତେବେ ଏଲ୍‌ଜି କମ୍ପାନୀର ଏହି ଆଚିଭ୍‌ମେଣ୍ଟକୁ ନେଇ କମ୍ପାନୀର ଉପ-ସଭାପତି ଦୀପକ ବଂଶଲ୍‌ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Show More

Related Articles

Back to top button