ଓଡ଼ିଶାରାଜନୀତି

କଂଗ୍ରେସ ଭବନରେ ପଶି ପୋଲିସ ପିଟିବା ଘଟଣା

ଏସ୍‌ପି ଅଫିସ ଆଗରେ ଧାରଣା ଦେବ ଦଳ

କଂଗ୍ରେସ ଭବନରେ ପୋଲିସ ପଶି ପିଟିବା ଘଟଣାରେ ଜିଲ୍ଲା ସ୍ତରରେ କଂଗ୍ରେସର ଆନ୍ଦୋଳନ । ମଙ୍ଗଳବାର ବିଭିନ୍ନ ଜିଲ୍ଲାର ଏସପିଙ୍କ ଅଫିସ ଆଗରେ କଂଗ୍ରେସ ଦେବ ଧାରଣା । ସକାଳ ୯ଟାରୁ ଅପରାହ୍ନ ୧ଟାଏ ଯାଏଁ ଧାରଣା ଦିଆଯିବ ।

ଏହି ଧାରଣାରେ ସାମିଲ ହେବେ ଯୁବ, ଛାତ୍ର ଓ ମହିଳା କଂଗ୍ରେସର ନେତା ଓ କର୍ମୀ । ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ। ଘଟଣାରେ କୌଣସି କାଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି । ଗତକାଲି ମଧ୍ୟ କିଛି ଜିଲ୍ଲାରେ ଏସପି ଅଫିସ୍ ଘେରିଥିଲା କଂଗ୍ରେସ ।

Show More

Related Articles

Back to top button