ଦେଶ ବିଦେଶବାଣିଜ୍ୟ

ରାଜଧାନୀରେ ମହଙ୍ଗା ଉପରେ ମହଙ୍ଗା ମାଡ଼, ୨ ଟଙ୍କା ସିଏନ୍‌ଜି ବୃଦ୍ଧି

ଦିନକୁ ଦିନ ରାଜଧାନୀବାସୀ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି । ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ୍‌, ଡିଜେଲ୍‌ ଓ ପ୍ରାକୃତିକ ଗ୍ୟାସ୍‌ର ଦାମ୍‌ ।

ରବିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ କିଲୋଗ୍ରାମ ପିଛା ଦାମ୍‌ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛି । ଫଳରେ ଦିଲ୍ଲୀରେ ୭୩.୬୧ ଟଙ୍କା ପ୍ରତିଥିବା ବେଳେ ନୋଏଡାରେ ୭୬.୧୭ ଟଙ୍କା, ଗୁରୁଗ୍ରାମରେ ୮୧.୯୪ ପ୍ରତି କିଲୋଗ୍ରାମ ହୋଇଛି । ଏହାରି ମଧ୍ୟରେ ଆଇଜିଏଲ୍‌ ଦେଶର ଅନ୍ୟ ସ୍ଥାନରେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରିଛି ।

ରେୱାଡ଼ିରେ ସିଏନ୍‌ଜି ୮୪.୦୭ଟଙ୍କା ପ୍ରତି କିଲୋ ବିକ୍ରି ହୋଇଛି । ଦାମ୍‌ ବୃଦ୍ଧି ଫଳରେ କରନାଲ୍‌ ଏବଂ କୌଥଲରେ ୮୨,୨୭ ପ୍ରତି କିଲୋ, କାନ୍‌ପୁର, ହମିରପୁର ଏବଂ ଫତେପୁରରେ ୮୫.୪୦ ଟଙ୍କା, ଅଜମେର, ପାଲ ଏବଂ ରାଜସମନ୍ଦରେ ଗ୍ୟାସ୍‌ କିଲୋପ୍ରତି ୮୩.୮୮ ଟଙ୍କା ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଗ୍ୟାସ୍‌ ଦର ବୃଦ୍ଧି ପାଉଥିବାରୁ ଗତ ବର୍ଷ ଅକ୍ଟୋବର ମାସରୁ ବିତରକମାନେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରୁଛନ୍ତି । ଯାହାର ସିଧା ସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଅନ୍ୟପଟେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ୍‌ ବୃଦ୍ଧି ଲୋକଙ୍କୁ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ ସଦୃଶ ହୋଇଛି ।

Show More

Related Articles

Back to top button