Breaking PLUSଓଡ଼ିଶା

କ୍ୟାପିଟାଲ ହସ୍ପିଟାଲରେ ଗଡିବ ଇ-ଭେହିକଲ

ଲାଇଫ୍ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସର ହେବ ଶୁଭାରମ୍ଭ

କ୍ୟାପିଟାଲ ହସପିଟାଲରେ ମେଡିକାଲ ପୋଷ୍ଟ ଗ୍ରାଜୁଓସନ ପାଇଁ ଖୋଲିବ ୬୦ଟି ସିଟ୍ ବିଶିଷ୍ଟ କଲେଜ । ଖୁବଶୀଘ୍ର କ୍ୟାପିଟାଲ ହସପିଟାଲରେ ଇ-ଭେହିକଲର ଶୁଭାରମ୍ଭ କରାଯିବ । ରୋଗୀ କଲ୍ୟାଣ ସମିତିର ଆନୁଆଲ ଜେନେରାଲ ବଡି ମିଟିଂରେ ନିଆଯାଇଛି ନିଷ୍ପତ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ମହିଳା, ଶିଶୁ ଓ ଅନ୍ୟ ରୋଗୀଙ୍କ ପାଇଁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏହାସହ ମହିଳା ଓ ଶିଶୁ ୱାର୍ଡର ବେଡ ସଂଖ୍ୟା ୧୦୦ରୁ ବୃଦ୍ଧି କରାଯାଇ ୨୦୦ କରାଯିବ ।

ସେହିପରି ପ୍ରତ୍ୟେକ ବେଡରେ ଅକ୍ସିଜେନ ସିଲିଣ୍ଡରର ସୁବିଧା କରାଯିବ । ଲାଇଫ୍ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯିବ । ବସିଥିବା ବୈଠକରେ ବିଏମ୍ସି ମେୟର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବରର ୩ ବିଧାୟକ ଉପସ୍ଥିତ ଥିଲେ ରୋଗୀ କଲ୍ୟାଣ ସମିତିର ଆନୁଆଲ ଜେନେରାଲ ବଡି ମିଟିଂ ଶେଷ ।

Show More

Related Articles

Back to top button