Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଜଧାନୀକୁ ଘାରିଲା କରୋନା ଚିନ୍ତା: ଧୀରେ ଧୀରେ ପୁଣି ଘାତକ ହେଲାଣି ମହାମାରୀ

ଆଜି ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା

ଦିଲ୍ଲୀରେ ଧୀରେ ଧୀରେ ଘାତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଭୟଙ୍କର ରୂପ ନେବାକୁ ବସିଲାଣି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ, ଦିନକରେ ଦିଲ୍ଲୀରେ ୨,୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ କରୋନା ସକ୍ରିୟ ସଂଖ୍ୟା ୧୫.୦୨ ପ୍ରତିଶତ ରହିଛି। ଆଜିକୁ ମିଶାଇ ଦିଲ୍ଲୀରେ ଲଗାତର ୧୦ ଦିନ ହେଲାଣି କରୋନା ସଂକ୍ରମଣ ୨ ହଜାର ଉପରେ ରହୁଛି। ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସରକାର।

ରାଜଧାନୀରେ ଭିଡ଼ ନ ଜମାଇବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସହ ମାସ୍କ ପିନ୍ଧିବା ବାଧ୍ୟାତାମୁଳକ କରାଯାଇଛି। ତେବେ ଗତାକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଯାଇଛି। ଗତକାଲି ଦିଲ୍ଲୀରେ ୨୭୨୬ ରୋଗୀ ଚିହ୍ନଟ ହୋଇଥିଲେ। ଏବଂ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତକାଲି ପଜିଟିଭ ହାର ୧୪.୩୮ରେ ସୀମିତ ରହିଥିଲା। ସେହିପରି ବୁଧବାର ଦିଲ୍ଲୀରେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୨୧୪୬ ରୋଗୀ ଚିହ୍ନଟ ହୋଇଥିଲେ।

Show More

Related Articles

Back to top button