ଦେଶସ୍ୱତନ୍ତ୍ର

ବିହାରରେ ଚୋରଙ୍କ ଉତ୍ପାତ, ସୁଡ଼ଙ୍ଗ କରି ବୋହିନେଲେ ଟନ୍ ଟନ୍ ଓଜନର ଇଞ୍ଜିନ

ବିହାରରେ ଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବିହାରର ବେଗୁସରାଇ ଜିଲ୍ଲାରେ ଚୋରମାନେ ସୁଡ଼ଙ୍ଗ କରି ବୋହିନେଲେ ଟନ୍ ଟନ୍ ଓଜନର ଇଞ୍ଜିନ । ଚୋରିପରେ ମିଜାଫରପୁରର ଏକ କବାଡ଼ିଆ ଦୋକାନରେ ବିକ୍ରି କରିଛନ୍ତି । ପୋଲିସର ତଦନ୍ଡ ପରେ ସାମ୍ନାକୁ ଆସିଛି ସତ୍ୟ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ଏଭଳି ଘଟଣା ଘଟିଥିଲା । ଗରହାର ରେଲଓ୍ବେ ୟାର୍ଡରୁ ଚୋରଙ୍କ ଗ୍ୟାଙ୍ଗ ଇଞ୍ଜିନକୁ ଚୋରି କରିନେଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ମିଜାଫରପୁରର ଏକ କବାଡ଼ିଆ ଦୋକାନରେ ଛାନବିନ୍ କରି ଟ୍ରେନ୍ ଇଞ୍ଜିନର କିଛି ଅଂଶ ଜବତ୍ କରିଛି ପୋଲିସ । ଏହି ଘଟଣାରେ ୩ଜଣକୁ ପୋଲିସ ହେପାଜତ ରଖି ପଚରାଉଚରା କରୁଛି ।

ବରିଷ୍ଠ ପୋଲିସ ଅଧିକାରୀ କହିବା ଅନୁଯାୟୀ, ରେଲଓ୍ବେ ୟାର୍ଡରେ ପାଖରେ ଏକ ସୁଡ଼ଙ୍ଗ ଦେଖିବାକୁ ମିଳିଛି । ତେବେ ଏହି ସୁଡ଼ଙ୍ଗ ମାଧ୍ୟମରେ ଚୋର, ଇଞ୍ଜିନକୁ କାଟି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କବାଡ଼ିଆ ଦୋକାନରେ ଛାନବିନ୍ କରିବା ପରେ ୧୩ ବସ୍ତା ଇଞ୍ଜନର ଛୋଟ ଛୋଟ ଅଂଶ ଜବତ କରିଛି ପୋଲିସ ।

 

Show More

Related Articles

Back to top button