
ଯଦି ଆପଣ ବ୍ୟାଙ୍କରେ ଏଫଡ଼ି (Fixed Deposite) କରିବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କ ପାଖରେ ଭଲ ମଉକା ଅଛି। ସାର୍ବଜନିକ କାନାଡ଼ା ବ୍ୟାଙ୍କ ଏଫଡ଼ିର ସୁଧହାର ବୃଦ୍ଧି କରିଛି। ଅର୍ଥାତ ବର୍ତ୍ତମାନ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ସୁଧ ମିଳିବ। ବ୍ୟାଙ୍କ ସୁଧ ହାର ୦.୨ ପ୍ରତିଶତ ବୃଦ୍ଧି କରିଛି। ଏହି ସୁଧର ଫାଇଦା ସେମାନେ ଉଠାଇ ପାରିବେ ଯେଉଁମାନେ ଅତିକମରେ ଦୁଇ ବର୍ଷ ପାଇଁ ଏଫଡ଼ି କରିଛନ୍ତି।
କାନାଡ଼ା ବ୍ୟାଙ୍କ ଅନୁସାରେ, ଅତିକମରେ ୨ କିମ୍ବା ୩ ବର୍ଷରୁ କମ ମେଚ୍ୟୋରିଟି ଏଫଡ଼ିରେ ବର୍ତ୍ତମାନ ୫.୪ ପ୍ରତିଶତ ସୁଧ ମିଳିବ। ପୂର୍ବରୁ ସୁଧ ହାର ୫.୨ ପ୍ରତିଶତ ଥିଲା। ୩ ରୁ ୧୦ ବର୍ଷର ମେଚ୍ୟୋରିଟି ଏଫଡ଼ିରେ ସୁଧ ହାର ୫.୩ ରୁ ୫.୫ ପ୍ରତିଶତ କରାଯାଇଛି। ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ସଂଶୋଧିତ ଦରରେ ବରିଷ୍ଠ ନାଗରିକଙ୍କୁ ଅଧା ପ୍ରତିଶତ ସୁଧ ଅଧିକ ଦିଆଯିବ। ନୂଆ ଦର ନଭେମ୍ବର ୨୭ ତାରିଖରୁ ଲାଗୁ ହୋଇଛି।
ସୁଧ ହାରରେ ସଂଶୋଧନ ପରେ ୨ ରୁ ୧୦ ବର୍ଷର ମେଚ୍ୟୋରିଟି ପିରିୟଡ଼ର ଏଫଡ଼ି ଉପରେ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ସବୁଠାରୁ ଅଧିକ ସୁଧ ଦେଉଛି।ଘରୋଇ ବ୍ୟାଙ୍କ ଏଚଡ଼ିଏଫସି HDFC Bank ନିଜ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ବ୍ୟାଙ୍କ କିଛି ଅବଧିର ଏଫଡ଼ିରେ ସୁଧ ହାର କମ କରିଦେଇଛି। ଏଚଡ଼ିଏଫସି ବ୍ୟାଙ୍କ ସୁଧ ହାର ୦.୨୦ ପ୍ରତିଶତ କମ କରିଛି। ଗୋଟିଏ ବର୍ଷ ଡିପୋଜିଟରେ ସୁଧ ହାର ୦.୨୦ ପ୍ରତିଶତ କମ କରିଛି। ୨ ବର୍ଷୀୟ ଡିପୋଜିଟରେ ବ୍ୟାଙ୍କ ସୁଧ ହାର ୦.୧୦ ପ୍ରତିଶତ କମ କରିଛି।ନୂଆ ରେଟ୍ ଅନୁଯାୟୀ, ଏଚଡ଼ିଏଫସି ବ୍ୟାଙ୍କ ୭ ଦିନରୁ ୨୯ ଦିନର ଡିପୋଜିଟରେ ୨.୫୦ ପ୍ରତିଶତ ସୁଧ ଅଫର କରୁଛି। ୩୦ ରୁ ୯୦ ଦିନରେ ମେଚ୍ୟୋର ହେବାକୁଥିବା ଡିପୋଜିଟ ଉପରେ ସୁଧ ହାର ୩ ପ୍ରତିଶତ ରହିଛି।