
ଭାରତରେ ଡିଜିଟାଲ ଇକୋସିଷ୍ଟମ ବିକାଶ କରିବା ଦିଗରେ ଆଗକୁ ବଢିବା ସହ ଭବିଷ୍ୟତକୁ ନଜରରେ ଏୟାରଟେଲ ଏବଂ ଗୁଗଲ ମଧ୍ୟରେ ଏକ ଦୀର୍ଘ ମିଆଦି ବୁଝାମଣା ସ୍ୱାକ୍ଷର ହୋଇଛି। ଏହି ବୁଝାମଣା ଅନୁସାରେ, ଗୁଗଲ ନିଜର ‘ଗୁଗଲ ଫର୍ ଇଣ୍ଡିଆ ଡିଜିଟାଇଲେଜସନ’ ପାଣ୍ଠିରୁ ଏକ ବିଲିୟନ ଡଲାର ଏୟାରଟେଲରେ ନିବେଶ କରିବ। ଏଥିରେ ଇକ୍ୱିଟୀ ନିବେଶ ସବ କମର୍ସିଆଲ ଏଗ୍ରୀମେଣ୍ଟ ରାଶି ସାମିଲ ଅଛି । ଆସନ୍ତା ପାଞ୍ଚ ବର୍ଷରେ ଦେଶରେ ଡିଜିଟାଇଜଲେସନ ଦିଗରେ ଏହି ରାଶିର ବିନିଯୋଗ କରାଯିବ । ଭାରତୀ ଏୟାରଟେଲର ମୁଖ୍ୟ ସୁନୀଲ ଭାରତୀ କହିଛନ୍ତି, ‘ଏୟାରଟେଲ ଏବଂ ଗୁଗଲ ଭାରତର ଡିଜିଟାଲ ଲାଭାଂଶକୁ ବୃଦ୍ଧି କରିବା ଦିଗରେ ସମାନ ଦୃଷ୍ଟିକୋଣ ରଖୁଛନ୍ତି । ଭବିଷ୍ୟତ ପାଇଁ ଆମର ପ୍ରସ୍ତୁତ ନେଟୱାର୍କ, ଡିଜିଟାଲ ପ୍ଲାଟଫର୍ମ ଏବଂ ଡିଜିଟାଲ ପେମେଣ୍ଟ ସିଷ୍ଟମ ସହ, ଡିଜିଟାଲ ଇକୋସିଷ୍ଟମକୁ ଅଧିକ ବ୍ୟାପକ ରୁପେ ବଢାଇବା ପାଇଁ ଗୁଗଲ ସହ ମିଶି କାମ କରିବାକୁ ଆଶା ରଖିଛୁ’ ।
ଏୟାରଟେଲ ଏବଂ ଗୁଗଲ ଭାରତରେ ଡିଜିଟାଲ ସମାଧାନ ବାହାର କରିବା ପାଇଁ ମିଳିତ ରୁପେ ନିବେଶ ଏବଂ ସହଯୋଗ କରିବା ଉପରେ ସହମତି ପ୍ରକାଶ କରିଛନ୍ତି । ଏହା ଭାରତର ଆବଶ୍ୟକତାକୁ ପୂରଣ କରିବ । ଏହି ବୁଝାମଣା ଅନୁସାରେ ଦୁଇ କମ୍ପାନୀ 5G ଏବଂ ଅନ୍ୟ ଆବଶ୍ୟକୀୟ ସଫ୍ଟୱେରର ବିକାଶରେ ସହଯୋଗ କରିବେ। ଗୁଗଲ ଏବଂ ଆଲ୍ଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ‘ଏୟାରଟେଲ ଭାରତର ଡିଜିଟାଲ ଭବିଷ୍ୟତକୁ ପୂରଣ କରିବାରେ ଗ୍ରହଣୀ ଅଟେ । ଦେଶରେ କନେକ୍ଟିଭିଟିର ବିସ୍ତାର ଏବଂ ଅଧିକ ଭାରତୀୟଙ୍କ ନିକଟରେ ଇଣ୍ଟରନେଟ ପହଞ୍ଚଇବା ସୁନିଶ୍ଚତ କରିବା ପାଇଁ ସମାନ ଦୃଷ୍ଟିକୋଣ ରଖିଥିବାକୁ ଆମେ ଗର୍ବିତ’।