ଦେଶ ବିଦେଶବାଣିଜ୍ୟ

୨୦୨୪ରେ ଆସିବ ଆପଲ କାର୍!

ମିଳିବ ଆଡଭାନ୍ସଡ୍ ବ୍ୟାଟେରୀ ଟେକ୍ନୋଲୋଜି

ଆମେରିକାର ଟେକନୋଲୋଜି ଜିଆଣ୍ଟ୍ ଆପଲ ୨୦୨୪ ସୁଦ୍ଧା କାର୍ ଉତ୍ପାଦନ ଆରମ୍ଭ କରିବ । ଏହି ପାସେଞ୍ଜର କାର୍ ଆଡଭାନ୍ସଡ୍ ବ୍ୟାଟେରୀ ଟେକ୍ନୋଲୋଜି ଉପରେ ଆଧାରିତ ହେବ ।ନ୍ୟୁଜ୍ ଏଜେନ୍ସି ରାୟଟର୍ସ ଅନୁସାରେ, କମ୍ପାନୀ ପ୍ରୋଜେକ୍ଟ ଟାଇଟନ୍ ନାମରେ ୨୦୧୪ରୁ ହିଁ ଅଟୋ ସେକ୍ଟରରେ ପାଦ ରଖିବା ପାଇଁ କାମ ଆରମ୍ଭ କରିଦେଇଛି । ଏହି ସମୟରେ କମ୍ପାନୀ କାରର ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲା । ପରେ ଏଥିରୁ କିଛି ସମୟ ପାଇଁ କମ୍ପାନୀ ପଛକୁ ହଟି ସଫ୍ଟଓୟାର ଉପରେ ଫୋକସ୍ କରିଥିଲା। ରାୟଟର୍ସ ଅନୁସାରେ, ଏବେ ଆପଲ ନିଜେ ଏହି ପ୍ରୋଜେକ୍ଟ ବାବଦରେ ସୂଚନା ଦେଇନାହିଁ । ଏହି ପ୍ରୋଜେକ୍ଟକୁ ଦେଖିବା ପାଇଁ ୨୦୧୮ରେ କମ୍ପାନୀ ଛାଡିଥିବା ବରିଷ୍ଠ ଅଧିକାରୀ ଡୋଗ୍ ଫିଲ୍ଡ ପୁଣି ଫେରି ଆସିଛନ୍ତି । ସେତେବେଳେ ସେ ଟେସଲା ଇଙ୍କରେ କାମ କରୁଥିଲେ ।

ସେ ୧୯୦ ଜଣିଆ ଏକ ଟିମ୍ ତିଆରି କରିଥିଲେ ।ଏହାପରେ କମ୍ପାନୀ ଅଟୋ ମୋବାଇଲ ମାମଲାରେ ଅଧିକ ପ୍ରଗତି ହାସଲ କରିଛି । କମ୍ପାନୀ ଉପଭୋକ୍ତାଙ୍କ ପାଇଁ ଉପଯୁକ୍ତ ବାହାନ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି । ଆପଲ୍ ଏହି ଯୋଜନାକୁ ସାର୍ବଜନୀନ କରିନାହିଁ । ତେବେ କାର୍ ତିଆରି ପାଇଁ କମ୍ପାନୀକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ମଧ୍ୟ ରୋବୋ ଟାକ୍ସି କାର୍ ଆରମ୍ଭ କରୁଛି । ଯାହା ବିନା ଡ୍ରାଇଭରରେ ଚାଲିପାରିବ ।ଆପଲ୍ ଏପରି ଏକ ନୂଆ ବ୍ୟାଟେରୀକୁ ଡିଜାଇନ୍ କରୁଛି ଯାହା ବାହାନକୁ ଅଧିକ ଶକ୍ତି ଯୋଗାଇବ ଓ ଦୀର୍ଘ ସମୟ ଧରି ଚାଲିବ । ଏହା ଉପରେ କମ୍ପାନୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

Show More

Related Articles

Back to top button