ଦେଶ ବିଦେଶମୁଖ୍ୟ ଖବରରାଜନୀତି

ପୁଣି ଶାହଓ୍ୱାଜ ସରିଫଙ୍କ ଉପରେ ଆକ୍ରମଣ କରିଛନ୍ତି ଇମ୍ରାନ ଖାଁ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ଶାହଓ୍ୱାଜ ସରିଫ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବା ସହ ଖୋଲାଖୋଲି ଭାବେ ଆଇଏସ୍‌ଆଇକୁ ଚେତାବନୀ ଦେଇଛନ୍ତି। ସେନା ମୁଖ୍ୟ ବାଜଓ୍ୱାଙ୍କୁ ମୀର ଜାଫର ଏବଂ ଦେଶଦ୍ରୋହୀ ବୋଲି ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ଆଇଏସ୍‌ଆଇର ଅସଲ ମୁଖା ଖୋଲିଦେବି। ମୁଁ କୌଣସି ନିୟମ ଭାଙ୍ଗୁନାହିଁ। ନଓ୍ୱାଜ ସରିଫଙ୍କ ଭଳି ପଳାୟନ କରିବି ନାହିଁ। ଦେଶରେ ହିଁ ଅଛି ଏବଂ ଆଇନ୍‌ର ସାମ୍ନା କରିବି। ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ(ପିଟିଆଇ) ରାଷ୍ଟ୍ରପତି ଇମ୍ରାନ ଏବଂ ଦଳୀୟ କର୍ମୀମାନେ ଲାହୋରର ଲିବର୍ଟି ଚୌକଠାରୁ ଇସଲାମାବାଦ ପର୍ଯ୍ୟନ୍ତ ‘ହକିକି ଆଜାଦି ଲଙ୍ଗ ମାର୍ଚ୍ଚ’ ଆରମ୍ଭ କରିଛନ୍ତି। ଏହି ଅବସରରେ ଇମ୍ରାନ ଜନସାଧାରଣକୁ ସମ୍ବୋଧିତ କରି ଏପରି କହିଛନ୍ତି।

Show More

Related Articles

Back to top button