ଦେଶ ବିଦେଶ

ବେଆଇନ ମଦ କାରବାର ଉପରେ ଚଢାଉ

୧୬୫ ଲିଟର ମଦ ଜବତ

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢାଉ କରାଯାଇଛି । କରୋନା ମହାମାରୀ ସମୟରେ ଲକଡାଉନର ସୁଯୋଗ ନେଇ ମଦବେପାରୀମାନେ ଖୁଲମଖୁଲା ଦେଶୀ ମଦ ବିକ୍ରି କରୁଛନ୍ତି । ତେବେ ଅବକାରୀ ବିଭାଗ ସହିତ ଏନଫୋର୍ସମେଣ୍ଟ ଆଣ୍ଡ ଇନଟେଲିଜେନସ୍ ବ୍ୟୁରୋ ସମ୍ବଲପୁରର କର୍ମଚାରୀମାନଙ୍କ ସହିତ ମାଜିଷ୍ଟ୍ରେଟ୍ ଭାବେ ସଦର ଅତିରିକ୍ତ ତହସିଲଦାର ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଜିଲ୍ଲାର ଉପାନ୍ତ ଅଞ୍ଚଳ ସଦର ବ୍ଲକର ବଲାଡି ଗାଁରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ବେଆଇନ ଦେଶୀ ମଦ ସହିତ ତିନି ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି ।

ଏହି ଚଢାଉରେ ଜିଲ୍ଲା ପୋଲିସ ବିଭାଗର ଏପିଆର କର୍ମଚାରୀମାନେ ବି ସାମିଲ ହୋଇ ବେପାରୀମାନଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ବଲାଡି ଗାଁର ସୁରୁବାଲି ବାଗଙ୍କ ନିକଟରୁ ୧୨୦ଲିଟର ଦେଶୀ ମଦ ପାଉଚ, ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କ ପାଖରୁ ୧୫ ଲିଟର ଓ ପୂର୍ଣ୍ଣ ମହାନନ୍ଦଙ୍କ ନିକଟରୁ ୩୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ମଦ ବେପାରୀମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ସୂଚନା ଦେଇଛନ୍ତି ।

Show More

Related Articles

Back to top button