ଦେଶ ବିଦେଶ
ସରିବ ଯୁଦ୍ଧ, ହାରିବେ ଋଷ ଏବଂ ଜିତିବ ଯୁକ୍ରେନ

ରଷ-ୟୁକ୍ରେନ ଯୁଦ୍ଧକୁ ୮ମାସରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନ ଠାରୁ ଋଷ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ବହୁତ କ୍ଷତି ସହିବାକୁ ପଡିଛି ଋଷକୁ ।
ଏହା ସହ ଋଷ ରାଷ୍ଟ୍ରପତି ପୁଟିନ ଆର୍ମିରେ ନୂଆ ସୈନ୍ୟ ଭର୍ତ୍ତି କରିବା ପାଇଁ ଆଦେଶ ଦେଇଥିଲେ। ହେଲେ ଏହା ଶୁଣି ଦେଶବାସୀ ବର୍ତ୍ତମାନ ଦେଶ ଛାଡିବା ଆରମ୍ଭ କରିଛନ୍ତି । ବିଶେଷ କରି ଅଧିକ ଯୁବକମାନେ ଦେଶ ଛାଡୁଛନ୍ତି ।
ୟୁକ୍ରେନର ୪ ଟି ସ୍ଥାନରେ ଆକ୍ରମଣ କରି ପରାସ୍ତ ହୋଇଛି ଋଷ । ଏହା ସହ ଋଷ ବାସିନ୍ଦା ଋଷ ଏପରି ବାରମ୍ବାର ପରାସ୍ତ ହେବା ଦେଖି ଭବିଷ୍ୟତରେ ଋଷ ପରିସ୍ଥିତି କଣ ହେବ ତାହାକୁ ନେଇ ଆଶା ଆଶଙ୍କାରେ ବୁଡି ରହିଛନ୍ତି । ତେବେ ଏପରି ସ୍ଥିତି ଦେଖି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିରାଶ ହୋଇଛନ୍ତି ଏବଂ ଯୁଦ୍ଧରେ ଋଷ ପରାଜୟ ଆଡକୁ ଗତି କରୁଛି ବୋଲି ଅନୁଭବ କରୁଛନ୍ତି ।