
ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।ଡେଲଟା ପ୍ଲସ୍ ଯୋଗୁଁ ତୃତୀୟ ଲହରି ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏଯାଏଁ WHO ବର୍ତ୍ତମାନ ଡେଲଟାର ଅନ୍ୟ ଭାରିଆଣ୍ଟକୁ ଭିନ୍ନ ଷ୍ଟ୍ରେନ୍ ଭାବେ ଗ୍ରହଣ କରିନାହିଁ । ଏବେ ବି ଏହାର ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଆଗକୁ ଏହା କି ପ୍ରଭାବ ପକାଇବ ତାହା ପରେ ଜଣାପଡିବ। ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଦ୍ବିତୀୟ ଲହରୀରେ ହୋଇଥିବା ଭୁଲ ଯେଭଳି ପୁଣି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ।
ଭୁବନେଶ୍ବର ଆଇସିଏମଆର ରିସର୍ଚ୍ଚ ଅନୁଯାୟୀ, ୩୫୪ ଲୋକଙ୍କ ମଧ୍ୟରୁ ୨୭୪ ଜଣଙ୍କଠାରେ ଡବଲ ଡୋଜର ସୁଫଳ ମିଳିଛି । ଡବଲ ଡୋଜ ଟିକା ନେବା ପରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ହୋଇଯାଇଛି। ସିଙ୍ଗଲ ଡୋଜ ଟିକା ନେବା ପରେ ମୃତ୍ୟୁ ହାର ଅନେକାଂଶରେ କମ୍ ହେଉଛି । ଆଗକୁ ସିଙ୍ଗଲ ଡୋଜ ଟିକା ଆସିବା ସମ୍ଭାବନା ରହିଛି ।