ଦେଶ ବିଦେଶବାଣିଜ୍ୟ

ଆଇଡିଆ ଓ ଭୋଡାଫୋନ୍ ର ଦମଦାର ପ୍ଲାନ, ମିଳୁଛି ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ୍

ଆଇଡିଆ ଓ ଭୋଡାଫୋନ୍ ପୋଷ୍ଚପେଡ୍ ୟୁଜରଙ୍କ ପାଇଁ ଅନେକ ଦମଦାର୍ ପ୍ଲାନ୍ ଲଞ୍ଚ୍ କରିଥାନ୍ତି । ଏପରି କିଛି ପ୍ଲାନ୍ ଅଛି ଯାହା ସମସ୍ତ ୟୁଜରଙ୍କୁ ଆକୃଷ୍ଚ କରିଥାଏ । ଏହାମଧ୍ୟରେ କମ୍ପାନୀ ୬୯୯ର ଏକ ଆକର୍ଷଣୀୟ ପ୍ଲାନ୍ ଲଞ୍ଚ୍ କରିଛି । ଆସନ୍ତୁ ଜାଣିବା ଏହି ପ୍ଲାନ ବିଷୟରେ-

ଏହି ପ୍ଲାନର ସବୁଠାରୁ ଖାସ୍ କଥା ହେଉଛି ଯେ, ଏଥିରେ ୟୁଜରଙ୍କୁ ଅଧିକ ଡାଟା ମିଳିଥାଏ ।ଗ୍ରାହକମାନେ ପ୍ରତି ମାସରେ ୧୫୦ ଜିବି ଡାଟା ପାଇପାରିବେ । କେବଳ ଏତିକି ନୁହେଁ ଏହା ସହ ଅନେକ ଅଫର୍ ମଧ୍ୟ ମିଳୁଛି-
ଭୋଡାଫୋନ-ଆଇଡିଆର ଏହି ୬୯୯ଟଙ୍କାର ପ୍ଲାନରେ ମାସିକ ୧୫୦ ଜିବି ଡାଟା ମିଳିଥାଏ । ଏହାସହ ଦେଶ ଭିତରେ ଯେକୌଣସି ନେଟଓ୍ୱର୍କକୁ ଅନଲିମିଟେଡ୍ କଲିଂର ସୁବିଧା ମିଳୁଛି ।

ଏହାସହ ଦୈନିକ ଗ୍ରାହକଙ୍କୁ ୧୦୦ ଏସଏମଏସ ମଧ୍ୟ ପ୍ରଦାନ କରୁଛି କମ୍ପାନୀ ।ଏହି ପ୍ଲାନକୁ ଏଣ୍ଟରଟେନମେଣ୍ଟ୍ ପ୍ଲସ୍ ମଧ୍ୟ କୁହାଯାଉଛି । କାରଣ ଏଥିରେ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ୍ ମିଳୁଛି । ଏହାସହ ଜୋମାଟୋ ଫୁଡ୍ ଅର୍ଡର ଉପରେ ୨୦୦ ଟଙ୍କାର ରିହାତି ଓ ଭିଆଇ ମୁଭିଜ୍, ଟିଭିର ମଧ୍ୟ ସବସ୍କ୍ରିପସନ୍ ମିଳୁଛି । ଯଦି ଆପଣ ଡାଟାର ଭରପୁର କୌଣସି ପ୍ଲାନ୍ ଚାହୁଁଛନ୍ତି ତେବେ ଏହା ସବୁଠାରୁ ଉପଯୁକ୍ତ ହେବ ।

Show More

Related Articles

Back to top button