I2U2 ସମିଟ୍କୁ ସମ୍ୱୋଧିତ କଲେ ପିଏମ ମୋଦୀ
କହିଲେ-ଏହି ୬ କ୍ଷେତ୍ରରେ ନିବେଶ କରିବାକୁ ପ୍ରସ୍ତୁତ

ଭାରତ, ଇସ୍ରାଏଲ, ଆମେରିକା ଏବଂ ୟୁଏଇର ନୂଆ ସଂଗଠନ I2U2 ଗୁରୁବାର ପ୍ରଥମ ଥର ଭର୍ଚୁଆଲ ମୋଡରେ ବୈଠକ କରିଛନ୍ତି । ପିଏମ ମୋଦୀ ଏହି ବୈଠକରୁ ସମ୍ୱୋଧିତ କରି କହିଛନ୍ତି, ଆଜିର ଏହି ପ୍ରଥମ ବୈଠକରୁ ହିଁ I2U2 ଏକ ସକାରାତ୍ମକ ଏଜେଣ୍ଡା ସ୍ଥାପନ କରିଛି । ଆମେ ବିଭିନ୍ନ କ୍ଷେତ୍ରରେ ମିଳିତ ପ୍ରୋଜେକ୍ଟ ଚିହ୍ନଟ କରିଛୁ ଏବଂ ଏଥିରେ ଆଗକୁ ବଢିବା ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛୁ ବୋଲି ପିଏମ ମୋଦୀ କହିଛନ୍ତି। ସଦସ୍ୟ ଦେଶ I2U2 ଫ୍ରେମୱାର୍କ ଅଧିନରେ ଜଳ, ଉର୍ଜା, ପରିବହନ, ସ୍ୱାସ୍ଥ୍ୟ, ମହାକାଶ ଏବଂ ଖାଦ୍ୟ ସୁରକ୍ଷା ଛଅଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଳିତ ପୁଞ୍ଜି ନିବେଶ ବଢାଇବା ପାଇଁ ସହମତି ପ୍ରକାଶ କରିଛନ୍ତି । I2U2 ମାଧ୍ୟମରେ ଆମେ ଉର୍ଜା ସୁରକ୍ଷା, ଖାଦ୍ୟ ସୁରକ୍ଷା ଏବଂ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗାଦାନ କରିବେ ବୋଲି ପିଏମ ମୋଦ ଭରଷା ପ୍ରକଟ କହିଛନ୍ତି ।
ଏହି ସଂଗଠନରେ I2 ଇଣ୍ଡିଆ ଏବଂ ଇସ୍ରାଏଲ, U2 ଆମେରିକା ଏବଂ ୟୁଏଇ ପାଇଁ ବ୍ୟବହାର କରାଯାଉଛି । ଭାରତ ହାଇଟେକ୍ ଏବଂ ସବୁଠୁ ଅଧିକ ଚାହିଦା ଥିବା ଉତ୍ପାଦ ଅଧିକ ଉତ୍ପାଦନ କରୁଛି । ଅକ୍ଟୋବର ୨୦୨୧ରେ ଭାରତ-ଇସ୍ରାଏଲ-ଆମେରିକା-ୟୁଏଇ ମଧ୍ୟରେ ସମୁଦ୍ର ସୁରକ୍ଷା, ଡିଜିଟାଲ ଇନଫ୍ରାଷ୍ଟ୍ରକଚର ଏବଂ ପରିବହନ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ସେହି ସମୟରେ ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ଏହାକୁ ୱେଷ୍ଟର୍ଣ୍ଣ କ୍ୱାଡ କହିଥିଲେ ।