ଦେଶ ବିଦେଶସ୍ୱତନ୍ତ୍ର

ସାଧୁତା ଓ ନମ୍ରତାର ସହିତ ବ୍ରିଟେନବାସୀଙ୍କ ସେବା କରିବି-ଋଷି ସୁନକ

ଦେଶବାସୀଙ୍କୁ ସୁନକଙ୍କର ପ୍ରଥମ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମନୋନୀତ ହେବା ପରେ ଦେଶବାସୀଙ୍କୁ  ପ୍ରଥମ ସମ୍ବୋଧନ କହିଲେ ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି । ସାଧୁତା ଓ ନମ୍ରତାର ସହିତ ସେବା କରିବାକୁ ଦେଲେ ପ୍ରତିଶ୍ରୁତି । ସାଥୀ ସାଂସଦ ଓ ବିଦାୟୀ ପ୍ରଧାନମନ୍ତ୍ରୀ ଟ୍ରସଙ୍କୁ ମଧ୍ୟ ଦେଲେ ଧନ୍ୟବାଦ ।

ବ୍ରିଟେନର ନୂତନ ତଥା ୫୭ତମ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା କଞ୍ଜରଭେଟିବ ଦଳର ନେତା ଋଷି ସୁନକ ତାଙ୍କର ପ୍ରଥମ ସମ୍ବୋଧନରେ ବ୍ରିଟିଶବାସୀଙ୍କ ନିକଟରେ ଏପରି ପ୍ରତିଶୃତି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଆଜି ସଂଧ୍ୟାରେ ସୁନକଙ୍କ ପ୍ରଥମ ସମ୍ବୋଧନ ସାମ୍ନାକୁ ଆସିଛି । ଶାସକ ଦଳ କଞ୍ଜରଭେଟିବ ପାର୍ଟି ମୁଖ୍ୟାଳୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ସୁନକ । ସେ ନିଜ ସମ୍ବୋଧନରେ ଦଳର ସମସ୍ତ ସାଂସଦ ସାଥୀଙ୍କୁ ଧନ୍ୟବାଦ ଜଣାଇବା ସହ ପୂର୍ବତନ ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୁନକ । ଦେ

ଶର କଠିନ ସମୟରେ ଲିଜ ଟ୍ରସଙ୍କ ନେତୃତ୍ବକୁ ସେ ପ୍ରଶଂସା ମଧ୍ୟ କରିଛନ୍ତି । ସେ ଦଳର ସମସ୍ତ ସାଂସଦଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତି ହୋଇ ପାରିଛନ୍ତି । ଏପରି ଅବସର ପାଇବା ତାଙ୍କ ଜୀବନର ସବୁଠୁ ବଡ ସୌଭାଗ୍ୟ ବୋଲି ମଧ୍ୟ ସେ ନିଜ ସମ୍ବୋଧନରେ କହିଛନ୍ତି । ଦଳକୁ ଏବଂ ଦେଶକୁ ଏପରି ଭାବେ ସେବା କରିବାର ସୁଯୋଗ ପାଇଥିବାରୁ ସେ ଭାଗ୍ୟବାନ ଓ ନିଜର ସାଧୁତା ଓ ନମ୍ରତାର ସହ ସେବା କରିବେ ବୋଲି ମଧ୍ୟ ସେ ନିଜ ସମ୍ବୋଧନରେ କହିଛନ୍ତି ସୁନକ ।

Show More

Related Articles

Back to top button