ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ । ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ । ପରକୀୟା ପ୍ରୀତିକୁ ନେଇ ଏଭଳି ଘଟିଥବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ , ସିରିଗିଡ଼ା ଗାଁ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ଏବଂ ବବିତା ପେଣ୍ଠେଇ ଉଭୟ ପ୍ରେମ ବିବାହ କରିଥିଲେ । ଉଭୟ ଗୋଟିଏ ଗାଁର ଅଟନ୍ତି । ବିବାହର କିଛିଦିନ ପରେ ବବିତାଙ୍କର ପ୍ରେମ ସମ୍ପର୍କ ସେହି ଗାଁର ଆଉ ଜଣେ ଯୁବକଙ୍କ ସହିତ ଗଢ଼ି ଉଠିଥିଲା । ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ ବବିତା । ପରେ ପୁଣି ଗାଁକୁ ଫେରିବାରୁ ବବିତାଙ୍କୁ ଗ୍ରହଣ କରିନଥିଲେ ନରୋତ୍ତମ । ଏଣୁ ସେ ତାଙ୍କ ବାପ ଘରେ ରହିଥିଲେ । ଗତକାଲି ରାତିରେ ନରୋତ୍ତମ ଶ୍ୱଶୁର ଘରେ ପଶି ପତ୍ନୀ ବବିତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଜବତ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।

Show More

Related Articles

Back to top button