
ଦିନକୁ ଦିନ ହଜିଯାଉଛି ମାନବିକତା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋ ଲାଜୋଡି ଗ୍ରାମରେ । ମୃତ ମହିଳା ଜଣକ ହେଲେ ଦେଓଲା ବାସ୍କେ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦେଓଲା ବାସ୍କେ ଫୋନରେ କଥା ହେଉଥିବା ଦେଖି ତାଙ୍କ ସ୍ୱାମୀ ବୁଢାନ ବାସ୍କେ ପରକୀୟା ପ୍ରୀତି ସନ୍ଦେହ କରି ତାଙ୍କୁ କୁରାଢ଼ିରେ ଚୋଟ ପକାଇ ଥିଲେ । ଚିତ୍କାର ଶୁଣି ପୁଅ ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁରାଢ଼ୀ ଚୋଟରେ ମହିଳାଙ୍କ ମୃତ୍ୟୁ ଘଟିସାରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଓ ମୃତ୍ୟ ଦେହ ଜବତ କରି ସାଇଣ୍ଟିଫିକ ଟିମ ସହ ଘଟଣାର ଛାନ ଭିନ ଚଳାଇଛି ।