ଅପରାଧଆଇନ କାନୁନଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଖାଦ୍ୟ ଲୁଣିଆ ପାଇଁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା

ସ୍ୱାମୀ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଘଟଣାକୁ ନେଇ ସ୍ତ୍ରୀକୁ କପଡାରେ ତଣ୍ଟି ଚିପି ହତ୍ୟା କରିବାଭଳି ଅମାନବୀୟ କାଣ୍ଡ କରିଛି ସ୍ୱାମୀ । ଖାଦ୍ୟରେ ଲୁଣର ଭାଗ ଅଧିକ ହୋଇ ଯିବାଭଳି ସାଧାରଣ କଥାରେ କ୍ରୋଧିତ ହୋଇ ସ୍ୱାମୀ ଘଟାଇଛି ଏଭଳି କାଣ୍ଡ । ଯାହକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ , ଶୁକ୍ରବାର ସକାଳ ପ୍ରାୟ ସାଢେ ୯ଟା ସମୟରେ ପତ୍ନୀ ନିର୍ମଳା ନିଲେଶ ଘାଘଙ୍କୁ ଖିଚ଼ଡି ପ୍ରସ୍ତୁତ କରି ଖାଇବା ପାଇଁ ଦେଇଥିଲେ । ଏହି ଖିଚ଼ଡିରେ ଲୁଣର ଭାଗ ସାଧାରଣ ଅପେକ୍ଷା ଅଧିକ ହୋଇଯାଇଥିଲା । ଏହି ସାଧାରଣ କଥାରେ ହଠାତ୍ ନିଲେଶ ଉତ୍ତ୍ୟକ୍ତ ହୋଇ ଏକ କପଡା ସାହାଯ୍ୟରେ ନିର୍ମଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପ୍ରଥମେ ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଇଥିଲା । ଏହାପରେ ହତ୍ୟାକାରୀ ସ୍ୱାମୀ ବିରୋଧରେ ଆଇପିସି ଧାରା ୩୦୨(ହତ୍ୟା) ଅନୁସାରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ।

Show More

Related Articles

Back to top button