Breaking PLUSଅପରାଧଆଇନ କାନୁନଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର
ଘରୋଇ କଳିକୁ ନେଇ ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ଯଶିପୁର :ଯଶିପୁର ଥାନା ଅନ୍ତର୍ଗତ ଚାକିଡି ପଞ୍ଚାୟତ ର ଦଲକୀବେଡା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସାବିତ୍ରୀ ଅମାବାସ୍ୟା ପାଇଁ ସ୍ତ୍ରୀ ମାନେ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରୁଥିବା ସମୟରେ ସେପଟେ ଚାକିଡି ପଞ୍ଚାୟତର ଅସୁରା ଗ୍ରାମର ଜଣେ ମଦ୍ୟପ ସ୍ୱାମୀ ଭରତ ଦେହୁରୀ ସାମାନ୍ୟ ଘରୋଇ କଳିକୁ ନେଇ ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ନିଜ ସ୍ତ୍ରୀ କାଳୀ ଦେହୁରୀର ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲା । ଯାହାଫଳରେ ସ୍ତ୍ରୀ କାଳୀ ସେହିଠାରେ ହିଁ ଟଳି ପଡିଥିଲା । ଏଭଳି ଏକ ଘଟଣା ଘଟାଇ ସ୍ୱାମୀ ସେହିଠାରୁ ଫେରାର ହୋଇଯାଇଥିଲା । ଗ୍ରାମବାସୀ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଯଶିପୁର ଥାନାକୁ ଜଣାଇଥିଲେ । ଖବର ପାଇ ଯଶିପୁର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ,ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ଜବତ କରିଥିଲେ ଏବଂ ଘଟଣା ସମ୍ପର୍କରେ ଛାନ୍ନଭିନ୍ନ କରିଥିଲେ ଫେରାର ସ୍ୱାମୀକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି ।