ଓଡ଼ିଶାସ୍ୱତନ୍ତ୍ର

ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ,ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି

ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ୧୨୩ଛାତ୍ରଛାତ୍ରୀ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ୟୁପି ସ୍କୁଲରେ । ସମସ୍ତ ଅସୁସ୍ଥଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ,ସେଠାଲେ ସେମାନେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରଜଡଙ୍ଗ ୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ସବୁଦିନ ପରି ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇଥିଲେ । ଏହାର କିଛି ସମୟ ପରେ ସେମାନଙ୍କ ପେଟ କାଟିବା ସହ ମୁଣ୍ଡ ବୁଲାଇଥିଲା। ହଠାତ୍ ସେମାନେ ଅସୁସ୍ଥ ହୋଇପଡିଥିଲେ । ପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ତୁରନ୍ତ ଅଭିଭାବକମାନଙ୍କୁ ଖବର ଦେବା ସହ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନା ନେବା ବ୍ୟବସ୍ଥା କରିଥିଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସମେତ ମଧ୍ୟାହ୍ନ ଭୋଜନ ଖାଇଥିବା ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କ ପେଟ ଖରାପ ହେବା ପୂର୍ବରୁ ଔଷଧ ମଧ୍ୟ ଦିଆଯାଇଛି।

ଅନ୍ୟପଟେ ଘଟଣା ବିଷୟରେ ଖବର ପାଇ ପାଲଲହଡ଼ା ବିଡ଼ିଓ ପୁରୁଷୋତ୍ତମ ବେହେରା ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଡାକ୍ତରଖାନା ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

 

Show More

Related Articles

Back to top button