Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଅଭିନେତା ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନଙ୍କୁ କରୋନା

ଅଭିନେତା ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ନିଜ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ଅଛନ୍ତି। କୁହାଯାଉଛି ଯେ ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ କରିବା ଯୋଗୁଁ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି।

ଅଭିନେତା ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ନିଜ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ଅଛନ୍ତି। କୁହାଯାଉଛି ଯେ ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ କରିବା ଯୋଗୁଁ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି।ପିଙ୍କି ରୋଶନଙ୍କ କହିବା ଅନୁସାରେ ତାଙ୍କ ପୂରା ପରିବାର ୨୦ଦିନ ପରେ ନିଜ କରୋନା ଟେଷ୍ଟ୍ କରାଇଥାଏ। ଗତ ସପ୍ତାହରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଡାକ୍ତରଙ୍କ କହିବା ମୁତାବକ ଯୋଗ କରିବା ଫଳରେ ତାଙ୍କ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। କିନ୍ତୁ ୧୫ଦିନ ଯାଏଁ ଭାଇରସ୍ ତାଙ୍କ ଶରୀରରେ ରହିବ। ଆଜି ସେ ଆଉ ଏକ ଟେଷ୍ଟ କରିବେ। ସେ ଆଶା କରୁଛନ୍ତି ଯେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିବ।

Show More

Related Articles

Back to top button