Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

କେମିତି ଅଛନ୍ତି ରାଜୁ ଶ୍ରୀବାସ୍ତବ?

ଆସିଲା MRI ରିପୋର୍ଟ

ଲୋକପ୍ରିୟ ଷ୍ଟାଣ୍ଡ ଅପ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ସ୍ୱାସ୍ଥ୍ୟବାସ୍ଥା ନେଇ ଅପ୍‌ଡେଟ୍ ଖବର ଆସିଛି। ରାଜୁ ବର୍ତ୍ତମାନ ହୃଦଘାତରେ ଶିକାର ହୋଇ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ତାଙ୍କର ଏମ୍‌ଆର୍‌ଆଇ କରାଇଥିଲେ। ରାଜୁଙ୍କ ଭାଇ ଏହି ଏମ୍‌ଆର୍‌ଆଇ ରିପୋର୍ଟରେ ବିଷୟରେ ସୂଚନା ଦେଇଛନ୍ତି। ଦୀପୁଙ୍କ ସୂଚନା ଅନୁସାରେ, ଗତକାଲି ରାତ ୯ଟା ବେଳେ ଡାକ୍ତର ରାଜୁଙ୍କର ଏମ୍ଆଇର୍‌ଆଇ କରାଇଥିଲେ। ଆଜି ସକାଳେ ରିପୋର୍ଟ ଆସିଥିଲା। ଏଥିରେ ରାଜୁଙ୍କର ଶିରାପ୍ରସିରା ଚାପି ହୋଇଯାଇଥିବା ଜଣାପଡ଼ିଛି। ଏହାକୁ ପୂର୍ବାସ୍ଥାକୁ ଫେରାଇ ଆଣିବାକୁ ଡାକ୍ତର ଚେଷ୍ଟା କରୁଥିବା ବେଳେ ଏଥିପାଇଁ ୧୦ ଦିନ ସମୟ ଲାଗିବ ବୋଲି କୁହାଯାଉଛି।

ଅନ୍ୟପଟେ ରାଜୁଙ୍କବାଇ କାଜୁ ମଧ୍ୟ ଦିଲ୍ଲୀର ଓଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଏଭଳି ସମୟରେ ରାଜୁ ଶ୍ରୀବାସ୍ତବଙ୍କର ଅନେକ ସମ୍ପର୍କୀୟମାନେ ଦିଲ୍ଲୀ ଏମ୍ସକୁ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝୁଛନ୍ତି। ସୂଚନା ଥାଉକି ବୁଧବାର(ଅଗଷ୍ଟ-୧୦) ତାରିଖରେ ଜିମ କଲାବେଳେ ରାଜୁ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା କୁହାଯାଇଥିଲା। ରାଜୁଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତରମାନେ ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ରାଜୁଙ୍କର ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି।

Show More

Related Articles

Back to top button