Breaking PLUSଆଇନ କାନୁନଜୀବନଚର୍ଯ୍ୟାମୁଖ୍ୟ ଖବରସେଲିବ୍ରିଟି

ପୁଣି ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

କଟକ : ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଏହି ମାମଲା ରୁଜୁ କରିଛନ୍ତି। ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ ହାନି କଲା ପରି ମନ୍ତବ୍ୟ ଦେଉଥିବାରୁ ବର୍ଷା ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ସୂଚନାଯୋଗ୍ୟ, ପୂର୍ବରୁ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସାଂସଦ ଅନୁଭବ ମହାନ୍ତି, ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିସାରିଛନ୍ତି । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଅନୁଭବଙ୍କ ପୈତୃକ ଘରେ ବର୍ଷା ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ତେବେ ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ଷା ନିଜର ସମ୍ମାନ ହାନିକୁ ନେଇ ଏବେ ଅନୁଭବଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରିଛନ୍ତି ।

Show More

Related Articles

Back to top button