ଓଡ଼ିଶା

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ

ଜଳସ୍ତର ୬୦୬.୬୨ ଫୁଟ

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ । ଜଳଭଣ୍ଡାରରେ ବର୍ତ୍ତମାନ ଜଳ ପ୍ରବାହ କମିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୬.୬୨ ଫୁଟ ।ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା ।

ଦିନ ୧୧ଟାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ରୁ ବନ୍ୟା ପାଣି ନିଷ୍କାସନ କରାଯାଇଥିଲା । ପର୍ଯ୍ୟାୟ କ୍ରମେ ୨ଟି ଗେଟ୍ ରୁ ବନ୍ୟା ଜଳ ନିଷ୍କାସିତ କରାଯାଉଥିଲା । ତେବେ ଶୁକ୍ରବାର ଗୋଟିଏ ସ୍ଲୁଇସ୍ ଗେଟ୍ କୁ ବନ୍ଦ କରିଦିଆଯାଇଥିଲା । ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ତାହାକୁ ବନ୍ଦ କରିଦିଆଯାଇଛି ।

Show More

Related Articles

Back to top button