
ସମ୍ବଲୁପର- ହୀରାକୁଦ ଡ୍ୟାମ୍ର ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୭.୮୭ ଫୁଟ ରହିଛି । ହୀରାକୁଦକୁ ପ୍ରବେଶ କରୁଛି ୪,୦୨,୩୨୬ କ୍ୟୁସେକ ଜଳ । ସେହିପରି ହୀରାକୁଦରୁ ୩,୮୯,୬୨୧ ଫୁଟ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଜଳ ପ୍ରବେଶ କରୁଛି । ଫଳରେ 3ଦିନ ହେବ ହୀରାକୁଦ ଡ୍ୟାମର ଗେଟ୍ ନିୟମିତ ଭାବେ ଖୋଲାଯାଉଛି ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବାଙ୍କୀରେ ପଶିଛି ମହାନଦୀ ପାଣି । -ହୁଳୁହୁଳା ନଦୀ ପୋଲ ଉପରେ ୨ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଶିମିଳିପୁର-ବିଲିପଡ଼ା ରାସ୍ତା କଇଁଆନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି ।
ସେହିପରି ବୌଦ୍ଧରେ ପାଣି ଘେରରେ ୧୦ ପଞ୍ଚାୟତର ପ୍ରାୟ ୪୦ ଗାଁ । ଜଗନ୍ନାଥସଡ଼କ ବାଲଟ ନାଳ ଉପରେ ୫ ଫୁଟ୍ର ପାଣି ପ୍ରବାହିତ ହେଉଛି । ହରଭଙ୍ଗା-ଖଣ୍ଡିଧଳପୁର-ରାମଗଡ଼-ହାଟଗାଁରେ ୫ ଫୁଟ୍ର ପାଣି ଚାଲୁଛି । ହରଭଙ୍ଗା ବ୍ଲକ ସହ ଜଗନ୍ନାଥସଡ଼କକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।