Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି, ପୁଣି ଭାଙ୍ଗିଲା ଘର

ଭୂସ୍ଖଳନ ଯୋଗୁ 13ଜଣଙ୍କର ମୃତ୍ୟୁ

ହିମାଚଳରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ହିମାଚଳର କୁଲ୍ଲୁ ଜିଲ୍ଲାରେ ୭ଟି ଘର ଭାଙ୍ଗିଯାଇଛି। ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ହିମାଚଳପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି। ହିମାଚଳରେ ଶିମଲା ସମେତ ୬ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି ହୋଇଛି। କାଙ୍ଗ୍ରା, କୁଲ୍ଲୁ, ମଣ୍ଡି, ଶିମଲା, ସୋଲନ ଏବଂ ସିରମୌର ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ଶିମଲାରେ ଆସନ୍ତା‌ ୨ ଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌, କଲେଜ ବନ୍ଦ ରହିଛି।

କୁଲ୍ଲ-ମଣ୍ଡି ରାସ୍ତା ନଷ୍ଟ ହୋଇଯାଇଥିବାରୁ ଶତାଧିକ ଗାଡ଼ି ଫସି ରହିଛି। ବର୍ଷା ବିପର୍ଯ୍ୟାୟ ପାଇଁ ହିମାଚଳରେ ମୋଟ୍‌ ୭୦୯ଟି ରୋଡ୍‌ ବନ୍ଦ ରହିଛି। ଶତାଧିକ ଘରେ ଫାଟ ଦେଖାଦେଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହିମାଚଳପ୍ରଦେଶ‌ରେ ଚଳିତ ମାସରେ କେବଳ ବର୍ଷା ଯୋଗୁଁ ୧୨୦ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଜୁନ୍‌ ୨୪ରେ ମୌସୁମୀ ଆରମ୍ଭ ହେବାଠାରୁ ରାଜ୍ୟରେ ବର୍ଷା ଏବଂ ଭୂସ୍ଖଳନଜନିତ କାରଣ ପାଇଁ ୨୩୮ ଲୋକଙ୍କର ମୃତ୍ୟୁ ହେଲାଣି। ୪୦ ଜଣ ଏବେ ବି ନିଖୋଜ ଅଛନ୍ତି।

Show More

Related Articles

Back to top button