Breaking PLUSଦେଶମୁଖ୍ୟ ଖବର

ଶିମଲାରେ ଭୂସ୍ଖଳନ ଯୋଗୁ ଶିବ ମନ୍ଦିର ଦବିଯିବା ଘଟଣା, ଚତୁର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ଏପର୍ଯ୍ୟନ୍ତ 14ଟି ମୃତଦେହ ଉଦ୍ଧାର

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀର ଶିମଲାର ସମରହିଲରେ ଭୂସ୍ଖଳନ ହେବା ଘଟଣାରେ ଚତୁର୍ଥ ଦିନରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଭୂସ୍ଖଳନ ଯୋଗୁ ଶିବମନ୍ଦିରଟି ମାଟି ତଳେ ଦବି ଯାଇଥିଲା । ତେବେ ଗୁରୁବାର ଚତୁର୍ଥ ଦିନରେ ସେନା, ଏନଡିଆରଏଫ, ଏସଡିଆରଏଫ, ପୋଲିସ, ହୋମଗାର୍ଡ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ତେବେ ପୂର୍ବାହ୍ନ 10ଟା ସମୟରେ ଆଉ ଏକ ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ପ୍ରଫେସର ପିଏଲ ଶର୍ମା । ସେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ବିଭାଗ ଅଧ୍ୟକ୍ଷ ଥିଲେ । ଦୁଇଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହର ଆଙ୍ଗୁଠିରଶବ ଚିହ୍ନଟ କରାଯାଇଛି । ଅନ୍ୟପଟେ ପ୍ରଫେସରଙ୍କ ପୁଅ ଏବେ ବି ନିଖୋଜ ଅଛନ୍ତି । ସୋମବାର ହୋଇଥିବା ଏହି ଅଘଟଣରେ ଏବେ ପର୍ଯ୍ୟନ୍ତ 14ଟି ମୃତଦେହ ଉଦ୍ଧାର ହୋଇଛି । ସେହିପରି ଗୋଟିଏ ମୃତ ଦେହର କେବଳ ହାତ ମିଳିଛି । ରିଲିଫ ଓ ଉଦ୍ଧାର କର୍ମଚାରୀମାନେ ଘଟଣାସ୍ଥଳରୁ ପ୍ରାୟ 400 ମିଟର ତଳେ ଥିବା ଡ୍ରେନରେ ନିଖୋଜ ଲୋକଙ୍କୁ ଖୋଜୁଥିବା ସୂଚନା ମିଳିଛି ।…

Show More

Related Articles

Back to top button