Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ରହୁଥିବା ଆଡ୍ଡା ନଷ୍ଟ

କିଶ୍ତୱାଡ: ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଜାହଙ୍ଗୀର ସରୁର ଲୁଚି ରହିଥିବା ଆଡ୍ଡା ସମ୍ପର୍କରେ ସୂଚନା ପାଇଁ ଏହାକୁ ସଫଳତାପୂର୍ବକ ନଷ୍ଟ କରିଛନ୍ତି ସୁରକ୍ଷାବଳ । ତଲାସୀ ଅଭିଯାନ ସମୟରେ ପୋଲିସ ଦୁଇଟି କମ୍ବଳ, କିଛି ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଯେଉଁଥିରୁ କି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସଙ୍କେତ ମିଳିଛି ।

କିଶ୍ତୱାଡ ଏସଏସପି ଖଲିଲ ପୋସୱାଲଙ୍କ ସୂଚନା ମୁତାବକ, କିଶ୍ତୱାଡ ପୋଲିସ, ସେନା 26ଆରଆର ଓ ସିଆରପିଏଫ 52 ବାଟାଲିୟନର ମିଳିତ ଅଭିଯାନ ସମୟରେ ଜାହାଙ୍ଗିର ସରୁର ରହୁଥିବା ଆଡ୍ଡାକୁ ନଷ୍ଟ କରାଯାଇଛି । ଜାହାଙ୍ଗୀର ସରୁର ଲୁଚିବା ଏବଂ ବିଧ୍ୱସଂକ କାର୍ଯ୍ୟକଳାପ ଯୋଜନା କରୁଥିବା ସନ୍ଦେହ କରାଯାଉଛି।

ତଲାସୀ ଅଭିଯାନ ସମୟରେ ପୋଲିସ ସେହି ଆଡ୍ଡାରୁ ଦୁଇଟି କମ୍ବଳ, କିଛି ଖାଦ୍ୟ ସାମଗ୍ରୀ ସହ ବ୍ୟକ୍ତିଗତ ବ୍ୟବହାର୍ଯ୍ୟ କିଛି ସାମଗ୍ରୀ ଜବତ କରାଯାଇଛି । ତେଣୁ ଏହି ଆଡ୍ଡାରେ ଆତଙ୍କବାଦୀ ରହୁଥିବା ନେଇ ଅନୁମାନ କରାଯାଉଥିବା କହିଛନ୍ତି ଏସଏସପି । ଏହାପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।

କିଶ୍ତୱାଡ ଏସଏସପି କହିଛନ୍ତି ଯେ, ଆମର ମିଶନ ହେଉଛି ଆମ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା । ଆଜିର ଏହି ଅଭିଯାନ ଆତଙ୍କବାଦକୁ ଶେଷ କରିବା ପ୍ରୟାସ ଦିଗରେ ଏକ ସଫଳତା ବୋଲି ସେ କହିଛନ୍ତି ।

Show More

Related Articles

Back to top button