Breaking PLUSଓଡ଼ିଶାମୁଖ୍ୟ ଖବର

ନିର୍ଦ୍ଦେଶ ନମାନି ଖୋଲୁଥିବା ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଇଓଙ୍କୁ ଚିଠି

ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁ ସ୍କୁଲଗୁଡ଼ିକ ଚାଲୁ ରହିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଦ୍ୱାରା ଜାରି ଏକ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ତାପମାତ୍ରା ପ୍ରତି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୨୨ ଏପ୍ରିଲ୍ ୨୦୨୫ ଠାରୁ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ତେବେ କିଛି ଶିକ୍ଷାନୁଷ୍ଠାନ ଏହି ନିର୍ଦ୍ଦେଶକୁ ଅଣଦେଖା କରି ସ୍କୁଲ ଖୋଲା ରଖିଛନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ବିପଦରେ ପକାଇଛି।

Show More

Related Articles

Back to top button