Breaking PLUSଦେଶମୁଖ୍ୟ ଖବର

ଚାଷୀ ଆନ୍ଦୋଳନକୁ ନେଇ ପଂଜାବ ଓ ହରିୟାଣା ସରକାରଙ୍କୁ ହାଇକୋର୍ଟଙ୍କ ତାଗିଦ

ଚଂଡିଗଡ- ଗୁରୁବାର ଶୁଣାଣି ସମୟରେ ପଂଜାବ ଏବଂ ହରିୟାଣା ସରକାରଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ, ଏହି ପୂରା ମାମଲାରେ ଦୁଇ ରଜ୍ୟ ଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ରହିଛନ୍ତି । କୋର୍ଟ କହିଛନ୍ତି ଯେ, ଚାଷୀ ଶୁଭକରଣଙ୍କ କୃତ୍ୟୁର ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ଏବଂ 3 ସଦସ୍ୟ ବିଶିଷ୍ଟ କମିଟି ଗଠନ ହେବ ।
ପଂଜାବ ଓ ହରିୟାଣାରେ ଚାଲୁଥିବାଚାଷୀ ଆନ୍ଦୋଳନକୁ ନେଇ ଚଂଡିଗଡରେ ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟ ଏହି ମାମଲାରେ ଓକିଲଙ୍କୁ ତାଗିଦ କରିଥିଲେ । ହରିୟାଣା ସରକାର ହାଇକୋର୍ଟଙ୍କୁ ବିକ୍ଷୋଭ ଫଟୋ ଦେଖାଇବା ପରେ କୋର୍ଟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଶୁଭକରଣଙ୍କ ମୃତ୍ୟୁକୁ ନେଇ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ହାଇକୋର୍ଟ କହିଥିଲେ ଯେ, ହାତରେ ତଲୱାର ନେଇ ଶାନ୍ତିପୂର୍ବକ କିଏ ଧାରଣା ଦିଏ ?

Show More

Related Articles

Back to top button