ଦେଶ ବିଦେଶ

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ

ବର୍ଷା ହୋଇଛି କାଳ । ଭୟଙ୍କର ବର୍ଷାରେ ଭାସିଯାଇଛି ପୋଲ । ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରି ଲିଙ୍କ ରୋଡ ନଦୀରେ ଭାସିଯାଇଛି । ରାଣୀପୋଖରୀ ଠାରେ ଏପରି ଅଘଟଣ ଘଟିିଛି ।ଫଳରେ ଅନେକ ଗାଡି ଓ ଚାଳକ ଭାସିଯିବା ସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। SDRFଟିମ୍ ଘଟଣା ସ୍ଥଳରେ ପହଁଚି ନିଖୋଜଙ୍କୁ ଉଦ୍ଧାର କରିବାରେ ଲାଗିଛି। ଉତ୍ତରାଖଣ୍ଡର ୫ ଟି ଜିଲ୍ଲା ନୈନିତାଲ ,ଚମ୍ପଓତ୍,ବାଗେଶ୍ୱର ,ଉଦ୍ଧମସିଂ ନଗର ଓ ପିଥୌରାଗତ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ବର୍ଷା ଓ ଭୁସ୍କଳନକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି ।ତପୋବନ ଠାରୁ ମାଲେଥା ରାଷ୍ଟ୍ରୀୟ ରାଜମାର୍ଗ ୫୮ କୁ ବନ୍ଦ କରିଦିଆଯାଇଛି। ଆଗକୁ ୩ରୁ ୪ ଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Show More

Related Articles

Back to top button