Breaking PLUSପାଣିପାଗମୁଖ୍ୟ ଖବର

୮ରେ ବାତ୍ୟା, ୧୦ରେ ଲ୍ୟାଣ୍ଡଫଲ୍ , ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏକପ୍ରକାର ସ୍ପଷ୍ଟତା ଆସିଛି । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟା ରୂପ ନେବ । ୧୦ ତାରିଖ ସୁଦ୍ଧା ବାତ୍ୟା ଉପକୂଳ ପାଖାପାଖି ହୋଇପାରେ । ଏହା ଓଡ଼ିଶା ଓ ଆନ୍ଧ୍ର ଉପକୂଳଠାରୁ ୨୦୦ ରୁ ୩୦୦ କିଲୋମିଟର ଦୂରରେ ରହିପାରେ । ତେବେ ବାତ୍ୟାର ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇନି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବାତ୍ୟା ପ୍ରଭାବରେ ୧୦ ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖରୁ ସମୁଦ୍ର ଆଶାନ୍ତ ରହିବ । ତେଣୁ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ୧୦ ତାରିଖ ପୂର୍ବରୁ ଫେରି ଆସିବାକୁ କୁହାଯାଇଛି ।
ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ, କେବେ କରିବ ତାହା ଆକଳନ ହୋଇନାହିଁ । ଲଘୁଚାପ ଅବପାତରେ ପରିଣତ ହେବା ପରେ ଯାଇ ଏହାର ସ୍ପଷ୍ଟତା ଆସିବ । ତେବେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ । ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୦ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟକୁ ଆସିବା ସମ୍ଭାବନା ଥିବା ସେ କହିଛନ୍ତି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁଙ୍କ ଆକଳନ ଅନୁଯାୟୀ, ଲ୍ୟାଣ୍ଡଫଲ୍ ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବ । ୧୦ ରେ ବାତ୍ୟା ଉପକୂଳ ନିକଟ ହେଲାପରେ ଦିଗ ବଦଳାଇପାରେ । ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହୋଇଯିବ । ତେବେ ୧୦ ତାରିଖ ଅପରାହ୍ନରେ କଟକ, ଭୁବନେଶ୍ୱରରେ ବାତ୍ୟାର ପ୍ରଭାବ ପଡ଼ିପାରେ । ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବାର ସମ୍ଭାବନା ଥିବା ସେ କହିଛନ୍ତି

Show More

Related Articles

Back to top button