Breaking PLUSଓଡ଼ିଶାମୁଖ୍ୟ ଖବର
ଜଳୁଛି ସାରା ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ପୁଣି ଉପରମୁହାଁ ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ସମ୍ବଲପୁରରେ ଆଜି ଅପରାହ୍ଣ ୨ଟା ୩୦ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ୪୧.୧, ଝାରସୁଗୁଡ଼ରେ ୪୦.୨, ଭୁବନେଶ୍ୱରରେ ୩୯.୬, ରାଉରକେଲାରେ ୩୯.୪, ଚାନ୍ଦବାଲିରେ ୩୯.୦ ଓ ବାଲେଶ୍ୱରରେ ୩୮.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।