ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ବସ୍ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ମୃତ

ଭୋପାଳ: ବସ୍ ଆଉ ଟ୍ରାଭେରା ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ୧୧ ଜଣଙ୍କ ମୃତ୍ୟୁ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ। ପୁଲିସ କହିବା ମୁତାବକ, ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ଜଣଙ୍କ ମୃତଦେହକୁ ଟ୍ରାଭେରା କାଟି ବାହାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପରିନାହିଁ। ସେପଟେ ଆହତଙ୍କୁ ଚିକିିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦ୍ରୁତ ଗତି ଲାଗି ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେଲେଙ୍ଗାନାରେ ମଧ୍ୟ ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ଆହତ ହୋଇଛନ୍ତି। ସଙ୍ଗାରେଡି ଓ ବିକାରାବାଦ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Show More

Related Articles

Back to top button